ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସାଧାରଣତଃ ଭାରତୀୟ ମାନେ ଖାଦ୍ୟପ୍ରେମୀ ଅଟନ୍ତି । ଭାରତୀୟଙ୍କ ପ୍ରତ୍ୟେକ ଦିନ ଖାଦ୍ୟରେ ମସାଲାଦାର, ଚଟପଟା ଓ ରାଗ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ଏବେତ ଲୋକାମାନେ ବାହାରେ ନଯାଇ ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି । ଘରେ ବସି ବସି ନଜର ମନ ପସନ୍ଦ ଖାଇବା ଅର୍ଡର କରି ଖାଉଛନ୍ତି । ଏହା ସମ୍ଭବ ହୋଇପାରିଛି କେବଳ ଜୋମାଟେ ଓ ସ୍ୱିଗି ଭଳି ଅନଲାଇନ ଡେଲିଭରୀ ଆପ୍ ଦ୍ୱାରା ।
ଗତକାଲି ସ୍ୱିଗି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତୀୟମାନେ ବିରିୟାନୀ ଖାଇବାକୁ ଅଧିକ ଭଲ ପାଆନ୍ତି । ବିଗତ ୮ବର୍ଷ ଧରି ବିଗତ ୮ବର୍ଷ ଧରି ବିରିୟାନୀ ଭାରତୀୟଙ୍କର ସବୁଠାରୁ ପସନ୍ଦ ଯୋଗ୍ୟ ଖାଦ୍ୟ ରହି ଆସିଛି । କ୍ରମାଗତ ୮ବର୍ଷ ପାଇଁ ସ୍ୱିଗିରେ ସର୍ବାଧିକ ଅର୍ଡର ହୋଇଥିବା ଖାଦ୍ୟ ତାଲିକାରେ ଶୀର୍ଷରେ ରହିଛି ବିରିୟାନୀ । ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ସେକେଣ୍ଡରେ ଗ୍ରାହକ ୨.୫ ଅର୍ଥାତ ଅଢେଇଟି ବିରିୟାନୀ ଅର୍ଡର କରୁଛନ୍ତି । ଏବଂ ପ୍ରତି ୫ ସେକେଣ୍ଡରେ ସାଧା ବିରିୟାନୀ ଅର୍ଡର କରାଯାଇ ଥିଲା ।
ଚଣ୍ଡିଗଡର ଗୋଟେ ପରିବାର ଗୋଟିଏ ଥରରେ ୭୦ ପ୍ଲେଟ ବିରିୟାନୀ ଅର୍ଡର କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଅକ୍ଟୋବର ମାସରେ ୱାର୍ଲ୍ଡକପ ଚାଲିଥିବା ବେଳେ ସ୍ୱିଗିରେ ପ୍ରତି ମିନିଟରେ ୨୫୦ରୁ ଅଧିକ ବିରିୟାନୀ ଅର୍ଡର ହେଉଥିବା କଥା ରିପୋର୍ଟ କହୁଛି । ସେହିପରି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରରେ ଏକା ସାଙ୍ଗରେ ୨୦୭ଟି ପିଜ୍ଜା ଅର୍ଡର କରାଯାଇ ଥିଲା । ସେହିପରି ନବରାତ୍ରୀ ଅବସରରେ ରସଗୋଲା ଓ ମସାଲା ଦୋସା ସବୁଠାରୁ ଅଧିକ ଅର୍ଡର ହୋଇଥିଲା । ଅନ୍ୟପଟେ ବେଙ୍ଗାଲୁରୁକୁ କେକ କ୍ୟାପିଟାଲର ମାନ୍ୟତା ପ୍ରଦାନ କରିଛି ସ୍ୱିଗି । ଚକୋଲେଟ କେକୁ ନେଇ ୮.୫ ମିଲିୟନ ଅର୍ଡର ହୋଇଛି ବୋଲି ସ୍ୱିଗି ତରଫରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ନାଗପୁରର ଜଣେ ଗ୍ରାହକ ଗୋଟିଏ ଦିନରେ ୯୨ଟି କେକ ଅର୍ଡର କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମୁମ୍ବାଇରେ ଜଣେ ଗ୍ରାହକ ଗୋଟିଏ ଦିନରେ ୪୨.୩ ଲକ୍ଷ ଟଙ୍କା ମୂଲ୍ୟର ଖାଦ୍ୟ ଅର୍ଡର କରିଥିବା ଜଣା ପଡିିଛି । ହାଇଦ୍ରାବାଦର ଜଣେ ଯୁବକ ଇଡଲୀ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡିଛି । ସେହିପରି ପିଜ୍ଜା ଓ ବର୍ଗରର ଲୋକପ୍ରିୟତା କମିଥିବା ଜଣା ପଡିଛି ।