ବରଯାତ୍ରୀ କାର୍ ପିଟିଲା ‘ମୋ ବସ୍’କୁ: ଆଉ ଟଙ୍କା ଗଣିଲେ ‘ମୋ ବସ୍’ ଡ୍ରାଇଭର

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ୧୫୦୦୦ ହଜାର ଦିଅ ବସ ଛାଡ଼ିବୁ ନଚେତ୍ ଛାଡ଼ିବୁ ନାହି । ବରଯାତ୍ରୀ କାର୍ ପିଟିଲା ‘ମୋ ବସ୍’ କୁ । ଆଉ ଟଙ୍କା ଗଣିଲେ ‘ମୋ ବସ୍’ ଡ୍ରାଇଭର।
ତେବେ ସରକାର ମୋ ବସ ସେବା ଜନସାଧାରଣଙ୍କ ସୁବିଧା ପାଇଁ କରିଛି । ହେଲେ ମୋ ବସରେ ଥିବା ଡ୍ରାଇଭର ଓ କଣ୍ଡକ୍ଟର ପାଇଁ କିଛି ସୁବିଧା କରାଯାଇ ନାହିଁ ।

ଯାହାକି, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୋ ବସ ଡ୍ରାଇଭର ଓ କଣ୍ଡକ୍ଟର। ୧୦୦- ୧୦୦ ଲୋକଙ୍କୁ ନେବା ଆଣିବା କରନ୍ତି, କିନ୍ତୁ ତାଙ୍କୁ ଲୋକେ ମଦ୍ୟପାନ କରୁଥିବାର ଆକ୍ଷେପ କରନ୍ତି ।ଆଉ କିଛି ସ୍ଥାନରେ ଭୁଲ ନଥାଇ ବି ମୋ ବସ ର ଡ୍ରାଇଭର ପଇସା ଗଣନ୍ତି । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି, କଟକ ବିଡାନାସୀ ଚହଟା ମୋ ବସ ଷ୍ଟପେଜେରେ। ଭୁଲ ନଥାଇ, ପୋଲିସ ଡକାଇ ଡରାଇ, ବସ ନଛାଡ଼ି ମୋ ବସ ଡ୍ରାଇଭର ଠାରୁ ହାତ ଗଣତି ୩୦୦୦ ଟଙ୍କା ଆଦାୟ କରାଯାଇଛି ।

ତେବେ ସୂଚନା ମୁତାବକ, ଗତକାଲି ସନ୍ଧ୍ୟା ସମୟରେ ମୋ ବସ ବାରବାଟି ଷ୍ଟାଡିୟମ୍ ରୁ ଏୟାର ପୋର୍ଟ ଆସିବା ବାଟରେ ବିଡାନାସୀ ଚହଟା ପାଖରେ ଜଣେ ଦ୍ରୁତଗତିରେ ବରଯାତ୍ରୀ କାର TS07GK2810 ଆସି ପିଟିଥିଲେ ମୋ ବସ ରେ । କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ, ବାର ଯାତ୍ରୀ କାର ରେ କେବଳ ଘଷି ହୋଇ ଯାଇଛି । ବର ଯାତ୍ରୀ କାର ଟି ସଙ୍ଗେ ସଙ୍ଗେ ମୋ ବସକୁ ଅଟକାଇ ପୋଲିସ ଡକାଇଥିଲେ । ଆଉ ଡ୍ରାଇଭର କୁବ୍ୟବହାର କରିବା ସହ କ୍ଷୟକ୍ଷତି ପାଇଁ ପଇସା ମାଗିଥିଲେ । ୧୫୦୦୦ ହଜାର ଦିଅ ଗାଡ଼ି ଛାଡ଼ିବୁ ନଚେତ୍ ଛାଡ଼ିବୁ ନାହି ବୋଲି କହିଥିଲେ । ସେଠାରେ ପୋଲିସ ବି ଚୁପ୍ ଥିଲେ ଆଉ ନ୍ୟାୟ କରିବା ଜାଗାରେ ୩୦୦୦ ଟଙ୍କା ପାଇଁ କହିଥିଲେ । ଆଉ ଶେଷରେ ମୋ ବସ ଡ୍ରାଇଭର ନିରୁପାୟ ହୋଇ ୩୦୦୦ ଟଙ୍କା ଦେଇଥିଲେ ।

Leave A Reply

Your email address will not be published.