ଆଜି ଦେଶ ପାଳୁଛି ୫୨ ତମ ବିଜୟ ଦିବସ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  1971 ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟ ସ୍ମୃତିକୁ ସମ୍ମାନ ଜଣାଇ ପ୍ରତି ବର୍ଷ ଡିସେମ୍ବର 16 ତାରିଖରେ ପାଳନ କରାଯାଏ ବିଜୟ ଦିବସ । ଆଜି ଦେଶ ପାଳୁଛି ୫୨ ତମ ବିଜୟ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି 1971 ଯୁଦ୍ଧରେ ପାକିସ୍ତାନ ସେନାକୁ ହରାଇଥିବା ଭାରତୀୟ ଯବାନଙ୍କ ବୀରତ୍ୱକୁ ମନେପାକଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜିର ଦିନରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଶତ୍ରୁ ଦେଶକୁ କଡା ଜବାବ ଦେଇଥିଲା ଭାରତ ।

୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ଆଜି ସାରା ଦେଶରେ ବିଜୟ ଦିବସ ପାଳନ କରାଯାଉଛି ଏହା ସେହି ଯୁଦ୍ଧ ଥିଲା, ଯେଉଁଥିରେ ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା । ୧୯୭୧ ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା, ଯାହାକୁ ପୂର୍ବ ପାକିସ୍ତାନ କୁହାଯାଉଥିଲା। ପୂର୍ବ ପାକିସ୍ତାନର ଲୋକମାନଙ୍କୁ ପାକିସ୍ତାନୀ ସେନା ଦ୍ୱାରା ମାଡ଼ ମାରିବା, ଶୋଷଣ, ଦୁଷ୍କର୍ମ ଓ ହତ୍ୟା ଭଳି ଅତ୍ୟାଚାର କରାଯାଉଥିଲା । ଡିସେମ୍ବର ୩, ୧୯୭୧ରେ, ଭାରତ ସରକାର ପୂର୍ବ ପାକିସ୍ତାନର ଲୋକଙ୍କୁ ବଞ୍ଚାଇବା ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ଫିଲ୍ଡ ମାର୍ଶଲ ସାମ୍‌ ମାନେକ୍‌ଶାଙ୍କ ନେତୃତ୍ୱରେ ଏହି ଯୁଦ୍ଧ ହୋଇଥିଲା ।

ଏହି ଯୁଦ୍ଧରେ ପାକିସ୍ତାନକୁ ସବକ ଶିଖାଇଥିଲା ଭାରତ । ୧୯୭୧ ଯୁଦ୍ଧରେ ପାକିସ୍ତାନର ୯୩,୦୦୦ ସୈନିକ ଯୁଦ୍ଧ ସମୟରେ ଧଳାପତାକା ଦେଖାଇ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଘଟଣା ଥିଲା । ଏହି ଯୁଦ୍ଧ ବାଂଲାଦେଶ ମୁକ୍ତି ପାଇଁ ଥିଲା । ଭାରତୀୟ ଯୋଦ୍ଧାଙ୍କ ବଳିଦାନ ସ୍ୱରୂପ ବାଂଲାଦେଶ ସ୍ୱାଧୀନ ହୋଇଥିଲା । ଯାହା ଭାରତୀୟ ସେନା ପାଇଁ କୌଣସି ଉତ୍ସବଠାରୁ କମ୍ ନ ଥିଲା। ଏହି ବିଜୟ ଭାରତୀୟ ସେନାର ସାହସିକତାର ସାକ୍ଷୀ । ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ସେବେଠାରୁ ପ୍ରତିବର୍ଷ ୧୬ ଡିସେମ୍ବରରେ ବିଜୟ ଦିବସ ପାଳନ କରାଯାଏ। ସେହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ବଳିଦାନକୁ ମନେ ରଖିବା ଉଦ୍ଦେଶ୍ୟରେ ‘ବିଜୟ ଦିବସ’ ପାଳନ କରାଯାଉଛି।

Leave A Reply

Your email address will not be published.