ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ନୁତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ରକ୍ତଦାନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ | ମହିଳା ମହାବିଦ୍ୟାଳୟରେ ନୁତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ରକ୍ତଦାନ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛ। ଆଇ ୱାଇ ଡି ପୀ ଅନ୍ତର୍ଗତ ଏକ ବିଶେଷ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ଯ ରେ ମହିଳା ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ସର୍ବ ପ୍ରଥମେ କଲେଜ ଅଧ୍ୟକ୍ଷ ରବିଶଙ୍କର ସତପଥି ଛାତ୍ରୀମାନଙ୍କୁ ରକ୍ତଦାନ ମହତ ଦାନ ବିଷୟରେ ବିଶେଷ ବାର୍ତା ଦେଇ ଶୁଭାରମ୍ଭ କରିଥିଲେ । ସୋସିଆଲ ନୋଡାଲ ଅଫିସର ବିଜୟ କୁମାର ରାମ, ସେବତି ବେହେରା,ପ୍ରିୟତମା ହେମ୍ଭ୍ରମ, ଶୁଭଦର୍ଶିନି ମିଶ୍ରଙ୍କ ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ହସ୍ପିଟାଲ ତରଫ ରୁ ଡାକ୍ତର ସ୍ମିତାଶ୍ରୀ ବିରୁଆ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କୁ ରକ୍ତଦାନ ର ମହତ୍ତା ଏବଂ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏହା ସହିତ 23 ଦିସେମ୍ବର ରେ କଲେଜ ରେ ହେବାକୁ ଯାଉଥିବା ରକ୍ତଦାନ ଶିବିର ରେ ଅଧିକରୁ ଅଧିକ ସଂଖ୍ୟାରେ ରକ୍ତଦାନ ପାଇଁ ନିବେଦନ କରିଥିଲେ।
ଡାକ୍ତର ବିରୁଆ ଏବଂ ଛାତ୍ରୀମାନଙ୍କ ମଧ୍ଯରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲି। ରେଡ କ୍ରୋସ ଅଫିସର ପ୍ରିୟତମା ହେମ୍ଭ୍ରମ ରକ୍ତଦାନ ର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ସୂଶ୍ରିତା ଦାସ ରକ୍ତଦାନ ଉପରେ ସୁନ୍ଦର ବକ୍ତବ୍ଯ ପ୍ରଦାନ କରିଥିଲେ। 48 ଥର ରକ୍ତଦାନ କରିଥିବା ରକ୍ତଦାତା ବିଜୟ ରାମ ସର୍ବପ୍ରଥମେ ରକ୍ତଦାନ କରି ନୁତନ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବାକୁ ପ୍ରତିଶ୍ରୁତି ଦେଇ ଥିଲେ। ସେବତି ବେହେରା ତାଙ୍କ ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବେଛାସେବୀ ବର୍ଷାରାଣୀ ବାରିକ, ଦେବୋସିନି ମାଦଳା, ବିଜୟଲକ୍ଷ୍ମୀ ମହାନ୍ତ, କୁନ୍ତି ମୁଣ୍ଡା, ସୁଭଦ୍ରା ମହାନ୍ତ, ସୁଜାତା ପରିଡା, ଲତିକା,ଗୁରୁବାରୀ,ଗୌରୀ ଓ ଅନ୍ଯାନ୍ଯ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।