ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫl ଦାବୀ ନେଇ ଅନଶନ ଜାରି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତାଧିକ ଆନ୍ଦୋଳନକାରୀଙ୍କୁ ଉଠେଇନେଲା ପୋଲିସ l ରିଜର୍ଭ ପୋଲିସ ବ୍ୟରକରେ ଅନଶନ ଜାରି | ଓଡିଶା ଅଭିଭାବକ ମହାସଂଘ ତରଫରୁ ସାତ ଦଫl ଦାବୀ ନେଇ ଆଜି ଗଣଶିକ୍ଷା ସଚିବ ଆଶ୍ବଥୀ ଏସ ଙ୍କ ସରକାରୀ ବାସଭବନ ଆଗରେ ପ୍ରାୟ ତିନିଶହ କର୍ମକର୍ତ୍ତା ଆମରଣ ଅନଶନ କରୁଥିବା ବେଳେ ପୋଲିସ ଅନ୍ୟାୟରେ ମହାସଙ୍ଘର କର୍ମକର୍ତ୍ତା ମାନଙ୍କୁ ଜୋର ଜବରଦସ୍ତ ତିନୋଟି ବସରେ ଉଠେଇ ନେଇଥିଲା l

ଗୋଟେ ବସ କମିଶନରେଟ ରିଜର୍ଭ ବ୍ୟରlକ, ଗୋଟିଏ ବସ କଂଗ୍ରେସ ଭବନ ନିକଟରେ ରଖିଥିଲା l ଆଉ ଗୋଟିଏ ବସ ରୁ ଆନ୍ଦୋଳନକାରୀ ଙ୍କୁ ଓଲ୍ହାଈ ଦେଇଥିଲା l ଦାବୀ ଗୁଡିକ ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି l ପୂର୍ବରୁ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ଲୋକସେବା ଭବନ ରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାର୍ଯ୍ୟାଳୟରେ ବିଭାଗୀୟ ସଚିବ ଆଶ୍ବଥୀ.ଏସଙ୍କ ସହିତ ସମସ୍ତ ବିଭାଗୀୟ ନିର୍ଦେଶକ ଓ ବରିଷ୍ଠ ପଦାଧିକାରୀ, ସି ବି ଏସ ଇ ର ଆଞ୍ଚଳିକ ଅଧିକାରୀ ଶ୍ରୀ କେ ଶ୍ରୀନିବାସ, ଏନ ସି ଇ ଆର ଟି ଭୁବନେଶ୍ୱର ଙ୍କ ଉପସ୍ଥିତିରେ ବିଭିନ୍ନ ଦାବୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ l

ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକଙ୍କ ଆଲୋଚନା ଅନୁଯାଇ ଦାବୀ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ହୋଇଥିଲା l ହେଲେ ଦୀର୍ଘ ଦୁଇ ମାସ ହେବ କାର୍ଯ୍ୟକାରୀ ନହେବାରୁ ଆଜି ଆମରଣ ଅନଶନ କରାଯାଉଛି l ହେଲେ ଆଜି ପର୍ଯ୍ୟନ୍ତ ଆଲୋଚନା ଅନୁଯାଇ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଓଡିଶା ଅଭିଭାବକ ମହାସଂଘ ସାତଦଫା ଦାବୀରେ ଗଣଶିକ୍ଷା ସଚିବଙ୍କ ବାସଭବନ ସମୁଖରେ ଆଜି ଆମରଣ ଅନଶନ କରିବାକୁ ନିଷ୍ପତି ନେଇଥିଲା l କମିଶନର ପୋଲିସ ବ୍ୟରକ ରେ ଶତାଧିକ କର୍ମକର୍ତ୍ତା ବର୍ତମାନ ପର୍ଯ୍ୟନ୍ତ ବସି ରହିଛନ୍ତି l

ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇପାରି ନାହିଁ l ଓଡିଶା ର ଲକ୍ଷ ଲକ୍ଷ ଅଭିଭାବକ ଓ ଛାତ୍ରୀ ଛାତ୍ର ଙ୍କ ଭବିଷ୍ୟତ ଓ ସ୍ୱାର୍ଥ ତଥା ଶିକ୍ଷା ବ୍ୟବସ୍ଥା ରେ ତ୍ରୁଟି ପାଇଁ ଆଜି ଆମରଣ ଅନଶନ ଚାଲୁ ରହିଛି l ରାତି ପର୍ଯ୍ୟନ୍ତ କୌଣସି ସକାରାତ୍ମକ ସୂଚନା ମହାସଙ୍ଗ ନିକଟରେ ପହଂଚି ପାରିନି l ତେଣୁ ଅନଶନ ଜାରି ରହିଛି l ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ଭୁମୋହନ ପଟ୍ଟନାୟକ, ଧୂର୍ତିଧର ଦାଶ, ଙ୍କ ସହିତ ମହାସଚିବ ଅଶୋକ ପାଇକରାୟ, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟାକ୍ଷ ଅଶୋକ ପଟ୍ଟନାୟକ, ଶିଶିର ସାହୁ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ ଆଦି ଅନଶନ ରେ ବସି ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଆସ୍ତେ ଆସ୍ତେ ବିଗିଡିବାକୁ ବସିଲାଣି l ଯେହେତୁ ଆମରଣ ଅନଶନ ଚାଲୁ ରହିଛି ଭଗବାନ ନକରନ୍ତୁ ଆଗକୁ ଯଦି କୌଣସି ଅଘଟଣ ଘଟି ଧନଜୀବନ କ୍ଷତି ହୁଏ ତେବେ ସରକାର ଦାୟୀ ରହିବେ ବୋଲି ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି l

Leave A Reply

Your email address will not be published.