ବାହୁନି ବାହୁନି ମା ଝୁରୁଛି ତା ହଜିଲା ପୁଅକୁ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବାହୁନି ବାହୁନି ମା ଝୁରୁଛି ତା ହଜିଲା ପୁଅ କୁ l  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ତେଲେଙ୍ଗା ବସନ୍ତ , ସେକପୁରୁ ନିବାସୀ ସୁବାସ ସେଠୀ ଙ୍କ କଥା ,ବାପା ଙ୍କ ନାମ ଅଲେଖ ସେଠୀ l

ବାପା, ମା ଙ୍କ ର ଏକ ମାତ୍ର ପୁଅ ସୁବାସ ,ବୟସ -21 l ବାପା,ମା ଙ୍କ ବୃଦ୍ଧ ବୟସରେ ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର ବାଙ୍ଗାଲୋର ଯାଇଥିଲେ ସେଠାରେ କାମ କରି ବାପା, ମା ଙ୍କ ମୁହଁ ରେ ହସ ଫୁଟେଇବେ l କିନ୍ତୁ ହସ ଫୁଟାଇବା ପରିବର୍ତ୍ତେ ଦୁଃଖ ର ପାହାଡ ଲଦିଦେଲେ ପରିବାର ଉପରେ l କାମ କରି ଫେରିବା ବାଟରେ ନିଖୋଜ ହୋଇଗଲେ l ନିଖୋଜ ହେବାର 8 ଦିନ ପୁରିଗଲା କିନ୍ତୁ ତାଙ୍କର କିଛି ପତା ମିଳୁନାହିଁ l

ସେଠାରେ ଥିବା ସମ୍ପର୍କୀୟ ଭାଇ ବହୁତ ଖୋଜା ଖୋଜି କରିବା ପରେ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଯଦି କୌଣସି ସହୃଦୟ ବ୍ୟକ୍ତି ସୁବାସ ଙ୍କୁ ଦେଖିବେ , ତେବେ ଏହି ଠିକଣା ରେ ଜଣାଇବାକୁ ଅନୁରୋଧ l ଫୋର୍ଥ କ୍ରସ, ବିଶାଲ ମେଘl ମାର୍ଟ ମୋ – 8971347893। / 9938352441 ରେ ଯୋଗା ଯୋଗ କରିପାରିବେ l

Leave A Reply

Your email address will not be published.