ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାଉଦ୍ ଇବ୍ରାହିମଙ୍କୁ ନେଇ ବଡ ଖବର । ଆଉ ନାହାନ୍ତି ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହମ । ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପାକିସ୍ତାନର କରାଚିରେ ଅଣ୍ଡରୱାଲର୍ଡ ଡନ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଚାରି ଆଡେ ଏବେ ଚର୍ଚ୍ଚା ଚାଲିଛି ।
ପାକିସ୍ତାନରେ ଦାଉଦଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ପ୍ରସାରିତ ହେବା ପରେ ସେଠାରେ ହଲଚଲ ଆରମ୍ଭ ହୋଇଯାଇଛି । ଏହା ପରେ ଦାଉଦ ମରିଥିବା ନେଇ ଚର୍ଚ୍ଚା ଚାରି ଆଡେ । କିନ୍ତୁ ସତ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । କାରଣ ପୂର୍ବରୁ ମଧ୍ୟ ଦାଉଦଙ୍କ ମୃତୁ୍ୟ ଖବର ନେଇ ଏଭଳି ଗୁଜବ କଥା ସାମ୍ନାକୁ ଆସିଛି । ତେବେ ଦାଉଦ୍ ଏବେ କରାଚିର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ ଭିତରେ କଡା ସୁରକ୍ଷା ବଳୟରେ ରଖାଯାଇଛି । ସେ ହିଁ ଏତମାତ୍ର ରୋଗୀ ଭାବେ ସେହି ଫ୍ଲୋରରେ ଅଛନ୍ତି । ଏବଂ ସେଠାରେ ତାଙ୍କ ପରିବାର ଓ ସମ୍ପକୀୟ ଛଡା କାହାକୁ ବି ପ୍ରବେଶ ପାଇଁ ଅନୁମତି ନାହିଁ ।
ତେବେ ଅଣ୍ଡରୱାଲର୍ଡ ଡନର ସମ୍ପକୀୟଙ୍କ ଠାରୁ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି ମୁମ୍ବାଇ ପୋଲିସ । ମୁମ୍ବାଇରେ ହୋଇଥିବା ବଡ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଗେମ୍ ପ୍ଲାନର ହେଉଛି ଦାଉଦ୍ ଇବ୍ରାହିମ୍ । ଗତ ଜାନୁଆରୀ ମାସରେ ଦାଉଦର ଭଉଣୀ ହସିନା ପାର୍କରଙ୍କ ପୁଅ ନ୍ୟାସନାସ ଇନଭେଷ୍ଟିଗେସନ ଏଜେନ୍ସିକୁ କହିଥିଲେ ଯେ, ଅଣ୍ଡରୱାଲର୍ଡ ଡନ୍ ଦ୍ୱିତୀୟ ବିବାହ କରିବା ପରେ କରାଚିରେ ରହୁଛି । ଯାହାକି ପାକିସ୍ତାନ କେବେ ବି ଏହି କଥା ଗ୍ରହଣ କରି ନାହିଁ । ସେ ସର୍ବଦା ଏହା ବୟାନ ଦେଇଛନ୍ତି କି ଦାଉଦ୍ ପାକିସ୍ତାନରେ ନାହାନ୍ତି ।