ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଥମ ଦିନିକିଆରେ ଭାରତର ଚମକôାର ବିଜୟ । ଅର୍ଶଦୀପ ସିଂ ଓ ଅଭେଶ ଖାନଙ୍କ ତୋଫାନୀ ବୋଲିଂରେ ଉଡିଗଲା ପ୍ରୋଟିଜ୍ ଟିମ୍ । ଜିରାକିରା ହୋଇଗଲା ଦକ୍ଷିଣ ଆଫ୍ରିକାର ‘ପିଙ୍କ ଡେ’ ଦିନିକିଆ । ବ୍ରେଷ୍ଟ କ୍ୟାନ୍ସର ସଚେତନତା ପାଇଁ ପିଙ୍କ ଜର୍ସିରେ ପଡିଆକୁ ଓହ୍ଲାଇଥିବା ପ୍ରୋଟିଜ ଟିମ କୁ ଲାଗିଲା ଶକ୍ତ ଝଟକା । ଚଳିତ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଧରାଶାୟୀ ହେଲା ଦକ୍ଷିଣ ଆଫ୍ରିକା । ଅର୍ଶଦୀପ ଓ ଅଭେଶଙ୍କ ଘାତକ ସ୍ୱିଙ୍ଗ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଛିଡା ହୋଇପାରିନଥିଲେ । ଦିନିକିଆରେ ଅର୍ସଦୀପ ପ୍ରଥମ ଥର ପାଇଁ ୫ ଓିକେଟ ହାସଲ କରିଛନ୍ତି । ବ୍ୟାଟିଂରେ ମଧ୍ୟ ଭାରତ ଦେଖାଇଥିଲା କରାମତି । ୧୧୭ ରନର ଟାର୍ଗେଟକୁ ଭାରତ ସାଇ ସୁଦର୍ଷନ ଓ ଶ୍ରେୟସ ଅୟରଙ୍କ ଅର୍ଦ୍ଧଶତକ ବଳରେ କେବଳ ୧୭ ଓଭରରେ ହାସଲ କରି ଦମଦାର ବିଜୟ ପାଇଥିଲା । ଫଳରେ ଓାଣ୍ଡରର୍ସରେ ଲଗାତର ଦୁଇଟି ମ୍ୟାଚ ଜିତି ଭାରତ । ଟି୨୦ ସିରିଜର ଶେଷ ମ୍ୟାଚ ଓ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଏବେ ଭାରତ ଦିନିକିଆ ସିରିଜରେ ୧-୦ ରେ ଆଗୁଆ ହୋଇଛି । ଅର୍ଶଦୀପ ସିଂ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।
ରବିବାର ଜୋହାନେସବର୍ଗର ଓାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିଲା ଭାରତ – ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ବ୍ୟାଟିଂ ନେିଥିଲା ଦକ୍ଷିଣ ଆଫ୍ରିକା । ହେଲେ ଅର୍ଶଦୀପଙ୍କ ଘାତକ ବୋଲିଂ ଯୋଗୁ ଆଣ୍ଠେଇ ପଡିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ୧୦ ଓଭର ମଧ୍ୟରେ ୪ ଟି ଓିକେଟ ନେଇ ଅର୍ଶଦୀପ ପ୍ରୋଟିଜର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଏହାପରେ ୧୧ତମ ଓଭରର ପ୍ରଥମ ୨ଟି ବଲରେ ଆଉ ୨ଟି ଓିକେଟ ନେଇ ଅଭେଶ ଦକ୍ଷିଣ ଆଫ୍ରିକାର କଟା ଘାରେ ଚୂଲ ଲଗାଇଥିଲେ । ଆଉ ଉଧେଇ ପାରିନଥିଲା ଦକ୍ଷିଣ ଆଫ୍ରିକା । କେବଳ ଟୋନି ଡି ଜୋର୍ଜ ଓ ଆଣ୍ଡେଲେ ଫେଲୁକ୍ୱାୟୋ ସାମାନ୍ୟ ପ୍ରତିରୋଧ କରିଥିଲେ । ଜୋର୍ଜ ୨୨ଟି ବଲରୁ ୨ଟି ଲେଖାଏଁ ଚୌକା ଓ ଛକା ସହ ୨୮ ରନ କରିଥିଲେ । ଫେଲୁକ୍ୱାୟୋ ୪୯ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହ ସର୍ବାଧିକ ୩୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ୩ ଜଣ ବ୍ୟାଟର ଶୂନରେ ଆଉଟ ହୋଇଗଲେ ଏବଂ ୭ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ୨୭ ଓଭର ଓ ୩ଟି ବଲରେ ମାତ୍ର ୧୧୬ ରନ କରି ଆଲ ଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା ।
ଘରେ ଏହା ଥିଲା ଦ କ୍ଷିଣ ଆ୍ରଫ୍ରିକାର ସର୍ବନିମ୍ନ ସ୍କୋର । ଅର୍ଶଦୀପ ୫ଟି , ଅଭେଶ ୪ଟି ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଯବାବରେ ଭାରତ ମାତ୍ର ୧୬ ଓଭର ଓ ୪ଟି ବଲରେ ୧୧୭ ରନର ଟାର୍ଗେଟ ହାସଲ କରି ବିଜୟୀ ହୋଇଥିଲା । ଚତୁର୍ଥ ଓଭରରେ ଦଳୀୟ ସ୍କୋର ୨୩ ଥିବା ବେଳେ ରୁତୁରାଜ ଗାଏକଓାଡଙ୍କ ଓିକେଟ ହରାଇଥିଲା ଭାରତ । ଏହାପରେ ଡେକୁ୍ୟଟଂ ସାଇ ସୁଦର୍ଶନ ଓ ଶ୍ରେୟସ ଅୟର ପଛକୁ ଫେରି ଚାହିଁ ନଥିଲେ । ଉଭୟ ଲଗାଇଥିଲେ ଅର୍ଦ୍ଧଶତକ । ସୁଦର୍ଶନ ୨୩ଟି ବଲରୁ ୯ଟି ଚୌକା ସହ ଅପରାଜିତ ୫୫ ରନ କରି ଦିନିକିଆରେ ପ୍ରଥମ ଅର୍ଦ୍ଧଶତକ କରିଥିଲେ । ଶ୍ରେୟସ ଅୟର ୪୫ଟି ବଲରୁ ୬ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ କରିଥିଲେ । ତିଲକ ବର୍ମା ୧ ରନ କରି ଅପରାଜିତ ରହିଥିଲେ । ଦକ୍ଷିଣ ଆଫ୍ରିକାରେ ଏହା ଭାରତର ତୃତୀୟ ଦିନିକିଆ ବିଜୟ ହୋଇଥିଲା ।