ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ତାମିଲନାଡୁ। ପ୍ରକୃତିର ପ୍ରକୋପ ପଡ଼ିଛି ତାମିଲନାଡୁରେ । ପ୍ରବଳ ବର୍ଷାରେ ସୃଷ୍ଟି ହେଇଛି କୃତିମ ବନ୍ୟା । ଯାହା ଫଳରେ କି ସୋମବାର ଏହି ଜିଲ୍ଲାଗୁଡ଼ିକ ହେଉଛି ତିରୁନେଲବେଲି, ଥୁଥୁକୁଡ଼ି, କନ୍ୟାକୁମାରୀ ଓ ତେନକାସୀ ବନ୍ୟା ହୋଇଛି । ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ।
ସବୁଠୁ ବେଶୀ ପ୍ରଭାବିତ ହୋଇଛି କନ୍ୟାକୁମାରୀ ଜିଲ୍ଲା । ପ୍ରଭାବିତ ୪ ଜିଲ୍ଲାରେ NDRF ମୁତୟନ କରାଯାଇଛି । ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ୪ ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପାଲାୟାମକୋଟାଇରେ 26 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ୟାକୁମାରୀ 17 ମିମି ବର୍ଷା ରେକର୍ଡ କରାଯାଇଛି । ତାଲୁକ ସମେତ 19ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳମାତ୍ରାରେ ବର୍ଷା ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ଦକ୍ଷିଣ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଥୋଥୁକୁଡି, କନ୍ୟାକୁମାରୀ, ତିରୁନେଲଭେଲି, ଏବଂ ଟେନକାସୀ ଜିଲ୍ଲାର ଅନେକ ଅଞ୍ଚଳକି ବନ୍ଦେ ଭାରତ ସମେତ ଅନ୍ୟ ଟ୍ରେନ୍ ସେବା ବାତିଲ କରାଯାଇଛି।
ତିରୁନେଲଭେଲି ଜିଲ୍ଲାର ବର୍ଷ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକ ମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଚୁଥଖୁଡ଼ି ଜିଲ୍ଲାର ତାଲୁକ ଶ୍ରୀଭାଇକୁନ୍ତମରେ ରବିବାର ଦିନ 525 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ଅଞ୍ଚଳରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତିରୁଚେଣ୍ଡର, ସ୍ଥଙ୍କୁଲମ୍, କାୟାଥର୍, ଓଟାପ୍ରିଡାମରେପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସ୍ଥାନରେ ବର୍ଷରେ କୌଣସି ଘର ଭାଙ୍ଗିବାର ଖବର ଆସି ନାହିଁ । ଟୁଖଖୋଡ଼ିରେ ବର୍ଷା ଯୋଗୁଁ ବହୁ ପଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।