ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ନିଲାମ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ନିଲାମ୍ ଆସନ୍ତା କାଲି ଦୁବାଇରେ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ପ୍ରଥର ଥର ପାଇଁ ବିଦେଶରେ ହେବାକୁ ଯାଉଛି ଅକ୍ସନ । ମଙ୍ଗଳବାର ଦିନ ମାନେ ଆସନ୍ତାକାଲି ଦୁବାଇରେ ଅପରାହ୍ନ ୧ଟାରେ ହେବ ଖେଳାଳି ନିଲାମ ପ୍ରକ୍ରିୟା ।

ଖବର ଅନୁଯାୟୀ, ୨୦୨୪ ଆଇପିଏଲ୍‌ ଲାଗି ମଙ୍ଗଳବାର ହେବ ମିନି ଅକ୍ସନ । ଏଥିରେ ମୋଟ ୩୩୩ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଭାଗ ନେବେ ।ଯେଉଁଥିରେ ୨୪୧ ଜଣ ଭାରତୀୟ ଖେଳାଳି ରହିଥିବା ବେଳେ ୧୧୯ ବିଦେଶୀ ପ୍ଲେୟାର ରହିଛନ୍ତି । ଏଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି । ଆଇପିଏଲ୍‌ ୨୦୨୪ ଲାଗି ୧୦ଟି ପ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ ।

ଦେଖିବାକୁ ଗଲେ ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ । ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ ଜଣ ଏପରି ଅଛନ୍ତି । ଯେଉଁମାନଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ରହିଛି । ବାକି ୧୩ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଛି । ଏହାବ୍ୟତୀତ ଅନ୍ୟ ସବୁ ଖେଳାଳି ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ, ୩୦ ଲକ୍ଷ ଏବଂ ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ ରହିଛି ।

Leave A Reply

Your email address will not be published.