ମୟୂରଭଞ୍ଜ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ଏସ.ସୁଶ୍ରୀ ଯୋଗଦେଇ ବାରିପଦା ଟାଉନ ପୋଲିସକୁ ମିଳିଥିବା ସଫଳତା ସମ୍ବନ୍ଧରେ ସୂଚନା ଦେଇଥିଲେ । ପ୍ରଥମେ ଗତ କିଛିଦିନ ଧରି ବାରିପଦା ସହରରୁ ଛିନ୍‌ତାଇ ହେଉଥିବା ମୋବାଇଲ ଫୋନ୍ ଘଟଣାର ପର୍ଦ୍ଦାଫାସ କରିବା ସହ ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା ଦେଇ କହିଛନ୍ତି ।

ଏମାନଙ୍କ ନିକଟରୁ ୬୨ଟି ମୋବାଇଲ ଫୋନ୍ ଓ ୪ଟି ମୋଟର ସାଇକେଲ ଜବତ କରାଯାଇଛି । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୭ଜଣଙ୍କୁ ସେମାନଙ୍କର ଚୋରି ହୋଇଥିବା ମୋବାଇଲ ଫୋନ୍ ଏସପି ହସ୍ତାନ୍ତର କରିଥିଲେ । ସେହିପରି ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ଘରୁ ଚୋରି ହେଉଥିବା ନେଇ ଅଭିଯୋଗକୁ ଆଧାର କରି ବାରିପଦା ଟାଉନ ଥାନା ଆଇଆଇସି ମୃତ୍ୟୁଞ୍ଜୟ ପ୍ରଧାନ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ୯ ତାରିଖ ବିଳମ୍ବିତ ରାତିରେ ବାରିପଦା ଟାଉନ ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବାବେଳେ ପ୍ରଫୁଲ୍ଲନଗର ଲାଲସାହେବ ଛକ ନିକଟରେ ୬ ଜଣ ଦୃର୍ବତ୍ତଙ୍କ ଗତିବିଧିକୁ ସନ୍ଦେହ କରାଯାଇ ଅଟକ କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ଥିବାବେଳେ ଦୁଇଜଣ ପେଶାଦାର ଦୁର୍ବୃତ୍ତ ଅଟନ୍ତି । ଏମାନଙ୍କ ଘରୁ ଚଢଉ କରାଯାଇ ଚୋରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଓ ମାରଣାସ୍ତ୍ର ଜବତ କରାଯିବା ସହ ନଗଦ ୪୬ ହଜାର ୨ଶହ ୭୫ ଟଙ୍କା ସହ ୮ଗୋଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା । ଏଥିସହ ୨ ଲକ୍ଷଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ସୁନାରୂପା ଅଳଙ୍କାରକୁ ଖଣ୍ଡ ଖଣ୍ଡ କରି ରଖିଥିବା ୧୬ଖଣ୍ଡ ଅଳଙ୍କାର ମିଳିଥିଲା । ଆଗାମୀ ଦିନରେ ପୋଲିସ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରାଯିବା ସହ ଚଢଉ ମଧ୍ୟ ଜୋରଦାର କରାଯିବ ବୋଲି ଏସପି ଏସ.ସୁଶ୍ରୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.