ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପିର ବିକଶିତ ଭାରତର ସଂକଲ୍ପ ରଥକୁ ବିପୁଳ ସ୍ୱାଗତ ସହ ସମର୍ଥନ ମିଳିଛି | ତେବେ ବଞ୍ଚୋ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ବିପୁଳ ସ୍ୱାଗତ କଲେ | ଆଜି ହାଟଡ଼ିହି ବ୍ଳକ ବଞ୍ଚୋ ପଂଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିଛି।
ସକାଳ ୧୦ଟାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପଞ୍ଚାୟତରେ ପ୍ରବେଶ କରିବା ସମୟରେ ମହିଳା ଏସ.ଏସ.ଜି ଗ୍ରୁପର ସଦସ୍ୟା ମାନେ ଶଙ୍ଖ ହୁଳ ହୁଲି ଦେଇ ରଥକୁ ସ୍ୱାଗତ କରିଥିଲେ। ବ୍ଲକ ନୋଡାଲ ଅଫିସର ଭୁବନେଶ୍ୱର ମହାପାତ୍ର, ସରପଞ୍ଚ ପ୍ରଶାନ୍ତ ରାଉତ, ପିଇଓ ଜିତେନ୍ଦ୍ର ଜେନା, ଜି.ଆର.ଏସ ସୌଭାଗିନୀ ରାୟ ସର୍ଦାର, ବିଜେପି ନେତା ଜ୍ଞାନରଞ୍ଜନ ସାମନ୍ତ ସିଂହାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଏଲ. ଇ. ଡି ମାଧ୍ୟମରେ ଲୋକମାନଙ୍କୁ କେନ୍ଦ୍ରୀୟ ଯୋଜନାର ସଫଳତା ପ୍ରଦର୍ଶିତ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିବାବେଳେ ବ୍ଲକ ସଂଯୋଜକ ସୁଶାନ୍ତ ଜେନା ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବାକୁ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷ ମାନଙ୍କୁ ଶପଥ କରାଇଥିଲେ।