ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ | ଯୁବ ସମାଜ ସେବି ବାବୁଲି ସ୍ୱାଇଁ ଙ୍କ ପ୍ରଚେଷ୍ଟା ରେ ଓ ସ୍ଥାନୀୟ ବାସିନ୍ଦା ଙ୍କ ସହଯୋଗ ରେ କେନ୍ଦ୍ରାପଡ଼ା ଡେରାବିଶ ହରିଅଙ୍କ-ଭୋଳାହାଟ ଖେଳ ପଡିଆରେ ଜୟ ଦୁର୍ଗା ଅlଥଲେଟିକ ଆସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି | ଦୀର୍ଘ ୮ ଦିନ ଧରି ଏଠାରେ ଫୁଟବଲ ମ୍ୟାଚ ଜାରି ରହିଥିଲା |

ଜଗତସିଂହପୁର, ବାଲେଶ୍ୱର, ଢେଙ୍କାନାଳ, କଟକ, ମୟୁରଭଞ୍ଜ ର ଅନେକ ପ୍ରତିଭାବାନ ଫୁଟବଲ ଟିମ ଆସି ଏଠାରେ ମ୍ୟାଚ ଖେଳିଥିଲେ | ଗୋଟିଏ ଦିନ ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ଓ ଢେଙ୍କାନାଳ ମହିଳା ଫୁଟବଲ ଟିମ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଆୟୋଜିତ ହୋଇଥିଲା | ଯେଉଁଥିରେ କି ବାଲେଶ୍ୱର ଚାନ୍ଦିପୁର ମହିଳା ଫୁଟବଲ ଟିମ ବିଜୟ ହାସଲ କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ରେ ଏଭଳି ବିଶାଳ ଫୁଟବଲ ମହାକୁମ୍ଭ କେବଳ ଡେରାବିଶ ଭୋଳାହାଟ ଖେଳ ପଡ଼ିଆରେ ହିଁ ପଚିଶ ବର୍ଷ ହେବ ଆୟୋଜିତ ହୋଇ ଆସୁଛି | ଶେଷ ଫାଇନାଲ ମ୍ୟାଚ ରେ ପାରାଦ୍ୱୀପ-କୁଜଙ୍ଗ ଫୁଟବଲ ଟିମ ସହ ଜିଲ୍ଲା ଖ୍ରୀଷ୍ଟାନନ୍ଦ ପୁର ଫୁଟବଲ ଟିମ ର ମ୍ୟାଚ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା |

ଶେଷରେ ଖ୍ରୀଷ୍ଟlନନ୍ଦପୁର ଫୁଟବଲ ଟିମ 4-0 ଗୋଲ ରେ ବିଜୟ ହାସଲ କରି ଚlମ୍ପିୟାନ ହୋଇଥଲେ | ଶେଷ ଦିନ ରେ ଅତିଥି ଭାବେ ରାଜ୍ୟ ବିଜେଡି ଯୁବ ନେତା ତଥା ଉଠା ଜଳ ସେଚନ ନିଗମ ଅଧକ୍ଷ ଅମରେସ ପତ୍ରି ଓ ବରିଷ୍ଟ ସମାଜସେଵୀ ଅଜୟ ରାଉତ ଯୋଗ ଦେଇ ବିଜେତା ଦଳ ଙ୍କୁ ଟ୍ରଫି ପ୍ରଦାନ କରିବା ସହ ଶ୍ରେଷ୍ଠ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ | ହଜାର ହାଜର ସଂଖ୍ୟକ ଦର୍ଶକ ଖେଳକୁ ଦେଖିଥିଲେ |

Leave A Reply

Your email address will not be published.