ଆଇପିଏଲ୍‌ ୨୦୨୪ ନିଲାମୀ ପ୍ରକ୍ରିୟା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଇପିଏଲ୍‌ ୨୦୨୪ । ଦୁବାଇରେ ଚାଲିଛି ନିଲାମୀ ପ୍ରକ୍ରିୟା । ଆଇପିଏଲ୍‌ ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ । ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଲା ସନରାଇଜର୍ସ ହାଇଦ୍ରାବାଦ୍‌ । ଆଇପିଏଲ୍‌ ଇତିହାସରେ ବର୍ତ୍ତମାନ ସୁଦ୍ଧା ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ।

୨୦.୫୦ କୋଟିରେ କମିନ୍ସଙ୍କୁ କିଣିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ପ୍ୟାଟ୍‌ କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ରହିଥିଲା ୨ କୋଟି । ସୂଚନା ଅନୁଯାୟୀ, ଆଇପିଏଲ୍‌ ୨୦୨୪ ପାଇଁ ମଙ୍ଗଳବାର ଦୁବାଇରେ ଚାଲିଛି ନିଲାମ ପ୍ରକ୍ରିୟା । ମୋଟ ୭୭ଟି ସ୍ଲଟ୍‌ ପାଇଁ ତାଲିକାରେ ୩୩୩ ଖେଳାଳି ରହିଥିଲେ । ତେବେ ବର୍ତ୍ତମାନ ଯାଏଁ ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସ । ମୋଟ ୨୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଛନ୍ତି କମିନ୍ସ । ତେବେ ଆଇପିଏଲ୍‌ ଇତିହାସରେ ଏତେ ଟଙ୍କାରେ କୌଣସି ଖେଳାଳି ବିକ୍ରି ହୋଇନଥିଲେ । ପୂର୍ବ ବର୍ଷ ସାନ୍‌ କରନ, ବେନ୍‌ ଷ୍ଟୋକ୍‌ସ ଏବଂ କ୍ୟାମେରୁନ ଗ୍ରୀନଙ୍କ ରେକର୍ଡକୁ ଟପିଛନ୍ତି ପ୍ୟାଟ୍‌ କମିନ୍ସ । ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦ୍‌ ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ କିଣିଛି ।

୨୦୧୪ରେ ଆଇପିଏଲ୍‌ ଡେବ୍ୟୁ କରିଥିବା ପ୍ୟାଟ୍‌ କମିନ୍ସ ଦ୍ରୁତ ଗତିରେ ବୋଲିଂ କରି ଯେତିକି ୱିକେଟ୍‌ ଦଖର କରିବାର କ୍ଷମତା ରଖନ୍ତି, ସେତିକି ମଧ୍ୟ ବ୍ୟାଟିଂ କରିବାର ଅଭିଜ୍ଞତା ରଖିଛନ୍ତି । ସେ ଆଇପିଏଲ୍‌ରେ ୪୨ ମ୍ୟାଚ୍‌ ଖେଳି ବ୍ୟାଟିଂରେ ୩୭୯ ରନ୍‌ ସ୍କୋର କରିଥିବା ବେଳେ ଅପରାଜିତ ୬୬ ରନ୍‌ କରିବା ତାଙ୍କ ଆଇପିଏଲ୍‌ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସେହିଭଳି ବୋଲିଂରେ ସେ ଏପର୍ଯ୍ୟନ୍ତ ୪୫ ୱିକେଟ୍‌ ଦଖଲ କରିଛନ୍ତି । କମିନ୍ସ ଶେଷ ଥର ପାଇଁ ଆଇପିଏଲ୍‌ ୨୦୨୨ରେ ନଜର ଆସିଥିଲେ । କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବା ଏହି ଅଲରାଉଣ୍ଡର ବିସ୍ଫୋରକ ବ୍ୟାଟିଂ କରି କେବଳ ୧୪ ବଲରୁ ଅର୍ଦ୍ଧଶତକ ଅର୍ଜନ କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି ।

Leave A Reply

Your email address will not be published.