ଭାରତ ୧; ଦକ୍ଷିଣ ଆଫ୍ରିକା ୧

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦକ୍ଷିଣ ଆଫ୍ରିକୀୟ ଓପନର ଟୋନି ଡି ଜୋର୍ଜିଙ୍କ ଦମଦାର ଶତକ । ଦ୍ୱିତୀୟ ଦିନିକିଆ ଜିତି ଭାରତ ବିପକ୍ଷ ସିରିଜକୁ ସମାନ ସ୍ତରକୁ ଆଣିଛି ଦକ୍ଷିଣ ଆଫ୍ରିକା । ୪୫ଟି ବଲ ବାକି ଥାଇ ଭାରତକୁ ୮ ଓିକେଟରେ ଦକ୍ଷିଣ ଆଫ୍ରିକା ହରାଇଛି । ଫଳରେ ଭାରତ ଓ ଦକ୍ଷିଣ ଆପ୍ରିକା ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ଏକ ତୃତୀୟ ମ୍ୟାଚ ହିଁ ସିରିଜ ବିଜେତା ନିଣ୍ଣୟ କରିବ । ୨୧ ଡିସେମ୍ବରରେ ପାର୍ଲର ନୋଲାଣ୍ଡ ପର୍କଠାରେ ଏହି ମ୍ୟାଚ ଖେଳାଯିବ ।
ମଙ୍ଗଳବାର ଚଳିତ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ପୋର୍ଟ ଏଲିଜାବେଥର ସେଂଟ ଜର୍ଜସ ଓଭାଲ ଷ୍ଟାଡିୟମଠାରେ ଖେଳାଯାଇଥିଲା । ଟସ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତି ନେଇଥିଲେ ।

ପ୍ରଥମ ଓଭରରେ ଓିକେଟ ହରାଇଥିବା ସହ ନିୟମିତ ବ୍ୟବଧାନରେ ଓିକେଟ ପଡିଆରୁ ବଡ ସ୍କୋର କରିପାରିନଥିଲା ଭାରତ । କେବଳ ସାଇ ସୁଦର୍ଶନ ଓ ଅଧିନାୟକ କେ ଏଲ ରାହୁଲଙ୍କ ଅର୍ଦ୍ଧଶତକକୁ ଛାଡି ଦେଲେ ଭାରତର ଆଉ କେହି ତିଷ୍ଠି ପାରିନଥିଲେ । ଫଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ର ୨୧୩ ରନର ଟାର୍ଗେଟ ଦେଇଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଦୃଢ ଆରମ୍ଭ କରିଥିଲା । ଓପନର ଦ୍ୱୟଙ୍କ ମଧ୍ୟରେ ୧୩୦ ରନ ଭାଗିଦାରୀ ହୋଇଥିଲା । ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ଟୋନି ଡି ଜର୍ଜଙ୍କ ଶତକ ଓ ରୀଜା ହେଣ୍ଡ୍ରିକସଙ୍କ ଅର୍ଦ୍ଧଶତକ ବିଜୟ ପଥ ପରିସ୍କାର କରିଥିଲା । ଜୋର୍ଜ ୧୨୨ଟି ବଲରୁ ୯ଟି ଚୌକା ଓ ୬ଟି ଛକା ସହ ଧୂଆଁଧାର ୧୧୯ ରନ କରି ଅପରାଜିତ ରହିଥିଲେ । ହେଣ୍ଡ୍ରିକସ ୭୧ଟି ବଲରୁ ୭ଟି ଚୌକା ସହ ୫୨ ରନ କରିଥିଲେ ।

ସେହିପରି ଭାନଡର ଡୁସେଁ ୩୬ ରନ ଓ ଏଡେନ ମାର୍କରାମ ୧ ରନ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ରିଙ୍କୁ ସିଂ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୪ ରନରେ ପ୍ରଥମ ଓ ୪୬ ରନରେ ଦ୍ୱିତୀୟ ଓିକେଟ ହରାଇଥିଲା । ତେବେ ସାଇ ସୁଦର୍ଶନ ଓ ଡେକୁ୍ୟରେ ଲଗାତର ଦୁଇ ଅର୍ଦ୍ଧଶତକ କରି ନଭଜ୍ୟୋତ ସିନ୍ଧୁଙ୍କ ସମକକ୍ଷ ହୋଇଥିଲେ । ସୁଦର୍ଶନ ୮୩ ବବରୁ ୭ଟି ଚୌକା ଓ ଗୋଟିଏ ଛକା ସହ ୬୨ ରନ , ଏବଂ ରାହୁଲ ୬୪ ବଲରୁ ୭ ଚୌକା ସହ ୫୬ ରନ କରିଥିଲେ । ଅର୍ଶଦୀପ ୧୮, ରିଙ୍କୁ ସିଂ ୧୭ ରନ କରିଥିଲେ । ଫଳରେ ଭାରତ ୪୬ . ୨ ଓଭରର ୨୧୧ ରନ କରି ଅଲଆଉଟ ହୋଇଥିଲା । ନାନେ୍ଦ ବର୍ଗର ୩ଟି , ହେଣ୍ଡ୍ରିକସ ଓ କେଶବ ମହାରାଜ ଦୁଇଟି ଲେଖାଏଁ ଏବଂ ଓିଲିୟସ ଓ ଏଡେନ ମାର୍କରାମ ଗୋଟିଏ ଲେଖାଏଁ ଓିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ୪୨ ଓଭର ୩ଟି ବଲରେ ୨୧୫ ରନ କରି ବିଜୟ ହୋଇଥିଲା । ଟୋନି ଡି ଜୋର୍ଜ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିଲେ ।

Leave A Reply

Your email address will not be published.