ଡକାୟତଙ୍କ କବଳରୁ ନାବିକଙ୍କୁ ମୁକୁଲାଇଲା ଭାରତୀୟ ନୌସେନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଆରବ ସାଗରରେ ନାବିକଙ୍କୁ ମୁକୁଳାଇଲା ଭାରତୀୟ ନୌସେନା । ଚାରିଦିନର ନନଷ୍ଟପ୍ ଅପରେସନ ପରେ ଏହା ସମ୍ଭବ ହୋଇଛି । ତେବେ ଡକାୟତଙ୍କ କବଜାରେ ଏବେ ବି ଅଛନ୍ତି ଆଉ ୧୭ ନାବିକ । ଡକାୟତଙ୍କ ଦ୍ୱାରା ଅପହୃତ ମାଲଟାର ପଣ୍ୟବାହୀ ଜାହାଜ “ଏମଭି ରୁଏନ୍’ ୟେମେନ ଠାରେ ସୋମାଲିଆ ଉପକୂଳ ଆଡକୁ ମୁହାଁଇଥିବା ବେଳେ ଖବର ପାଇ ଅପରେସନ ଆରମ୍ଭ କରିଥିଲା ଭାରତୀୟ ନୌସେନା ।

ଜାହାଜରେ ଥିଲେ ୧୮ଜଣ ନାବିକା ଏମାନଙ୍କ ସହ ଥିଲେ ୬ଜଣ ଅଜ୍ଞାତ ବ୍ୟକ୍ତି, ଯେଉଁମାନେ ଡକାୟତ ବୋଲି ପରେ ଜଣାପଡିଥିଲା । ଭାରତୀୟ ନୌସେନାର ଆଗଧାଡିର ଜାହାଜ ଆଇଏନଏସ କୋଚି ଦ୍ୱାରା ଏହି ନାବିକାଙ୍କୁ ଉଦ୍ଧାର କରାଯାଇଥିଲା । ନାବିକ ଜଣକ ବୁଲଗେରିଆର ନାଗରିକ ବୋଲି ଜଣାପଡିଛି । ଡକାୟତ ମାନଙ୍କ ଦ୍ୱାରା ଫାୟାରିଂରେ ନାବିକ ଆଘାତପ୍ରାପ୍ତ ହୋଇଥିବା ଜଣାପଡିଛି । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ନାବିକଙ୍କୁ ଉଦ୍ଧାର କରାଯିବା ପରେ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ତୁରନ୍ତ ଡାକ୍ତରୀ ସେବା ଯୋଗାଇ ଦିଆଯାଇଥିଲା । ଏହାପରେ ତାଙ୍କୁ ଓମାନ ସ୍ଥାନାନ୍ତର କରାଯାଇଛି ।

ଭାରତୀୟ ନୌସେନାର ପ୍ରବକ୍ତା କମାନ୍ତର ବିବେକ ମଧୱାର କହିଛନ୍ତି ଯେ ସାମୁଦ୍ରିକ ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ନୌସେନା ପ୍ରତିଶ୍ରୁତି ବଦ୍ଧା ଏହି କ୍ରମରେ ୧୮ଜଣ ସଦସ୍ୟଙ୍କୁ ନେଇ ଆରବ ସାଗରରେ ମାଲଟାର ପଣ୍ୟବାହ୍ୟ ଜାହାଜ “ଏମଭିରୁଏନ’ ଯାଉଥିବା ବେଳେ ୬ଜଣ ଡକାୟତ ଏହାକୁ ଅପହରଣ କରି ସୋମାଲିଆ ଉପକୂଳ ଆଡକୁୁ ନେଇଯାଉ ଥିଲେ । ତେବେ ୧୪ ଡିସେମ୍ବରରେ ଖବର ପାଇବା କ୍ଷଣି ତୁରନ୍ତ ଭାରତୀୟ ନୌସେନା ଗଲ୍ଫ ଅଫ୍ ଆଡେନରେ ମୁତୟନ ଏହାର ଯୁଦ୍ଧପୋତକୁ ସେଠାକୁ ପଠାଇଥିଲା ।

ଏହାପରେ ସାମୁଦ୍ରିକ ପାଟ୍ରୋଲିଂରେ ନିୟୋଜିତ ବିମାନ ସେଠାରେ ପହଂଚି ଅପହୃତ ଜାହାଜ ଉପରେ ପଇଁତରା ମାରିଥିଲା । ସ୍ଥାନୀୟ ଏଜେନ୍ସିଙ୍କ ସହାୟତାରେ ଭାରତୀୟ ନୌସେନାର ଯୁଦ୍ଧ ଯୋଡ ଅପହୃତ ଜାହାଜକୁ ଘେରି ଯାଇଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ନେବା ପରେ ବୁଲଗେରିଆର ନାବିକଙ୍କୁ ଉଦ୍ଧାର କରାଯାଇଛି । ଅପହୃତ ଜାହାଜଟି ଏବେ ସୋମାଲିଆ ଉପକୂଳ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି । ତେବେ ଡକାୟତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

Leave A Reply

Your email address will not be published.