ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କେନ୍ଦ୍ରାପଡା ପଞ୍ଚାୟତ ସମିତି ଅନ୍ତର୍ଭୁକ୍ତ ଚକ୍ରୋଡା ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ରେ ତୃତୀୟ ପର୍ଯ୍ୟାୟ ପଲ୍ଲୀ ରେ ପ୍ରଶାସନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ସ୍ବାସ୍ଥ୍ଯ,ଗୋ ସମ୍ପଦ, ପାନୀୟ ଜଳ ବିଭାଗ,ଭତ୍ତା,ରାସନକାର୍ଡ ଇତ୍ଯାଦି ବିଭିନ୍ନ ବିଭାଗ ସହ ନିଜେ ବ୍ଲକ ପ୍ରଶାସନ,ତହସିଲଦାର ଉପସ୍ଥିତ ରହି ବିଭିନ୍ନ ସମସ୍ଯା ଶୁଣିବା ସହ ଲୋକମାନଙ୍କ ଅଭିଯୋଗ ସମାଧାନ କରିବା ଲାଗି ତତ୍ପରତା ଦେଖାଇଥିଲେ|
କେନ୍ଦ୍ରାପଡ଼ା ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଶ୍ରୀମତି ବନ୍ଦନା ଖଟୁଆ ଏହି କାର୍ଯ୍ଯକ୍ରମ ରେ ପହଞ୍ଚି ପଞ୍ଚାୟତ ପରିସର ରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେବା ପରେ ଅନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପରେ ଶ୍ରୀମତୀ ଖଟୁଆ ଙ୍କୁ ଚକ୍ରୋଡା ପଞ୍ଚାୟତ ର ସରପଞ୍ଚ ତନୁଜା ନାୟକ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧିତ କରିଥିଲେ |
ଏହି କାର୍ଯ୍ୟକ୍ରମରର ଅତିରିକ୍ତ ମଣ୍ଡଳ ଉନୟନ ଅଧିକାରୀ ଅନିରୁଦ୍ଧ ବେହେରା,କେନ୍ଦ୍ରାପଡ଼ା ତହସିଲଦାର ତାପସ ରଞ୍ଜନ ଦେହୁରୀ,ଜିଲ୍ଲା ସହ ଯୋଗାଣ ଅଧିକାରିଣୀ କେ ଆକସ୍ମିକା ରାଉତରାୟ ଙ୍କ ସମେତ ବ୍ଲକ ପ୍ରଶାସନ ର ବହୁ ଅଧିକାରୀ ଓ ଅଧିକାରିଣୀ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ବୁଝିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଙ୍କ ଏହି ଲୋକାଭିମୁଖୀ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କର ସମସ୍ୟା ବହୁଳ ମାତ୍ରାରେ ସମାଧାନ ହୋଇପାରୁଛି ବୋଲି ପ୍ରଶାସନିକ ଅଧିକାରୀ ଓ ଅଧିକାରିଣୀ ଓ ସରପଞ୍ଚ ପ୍ରତିକ୍ରିୟାରେ କହିଛନ୍ତି |