ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଡିୟୁଟି କରିବା ପାଇଁ ଯାଉଥିବା ବାଟରେ ଦୁର୍ଘଟଣା ହେଲା ପୋଲିସ ବସ | ରକ୍ତମୁଖା ଦୁଆରଶୁଣି ଘାଟି। ପାଲଟିଛି ଯମ ଫାସ।ଥମିବାର ନାମ ନେଉନି ଦୁର୍ଘଟଣା। ପ୍ରତିଦିନ ଛୋଟ ହେଉକି ବଡ଼ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପ୍ରତିକାର ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉଥିବା ଭଳି ଜଣାପଡୁ ନ ଥିବା ଅଭିଯୋଗ ହେଉଛି ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟି ଜାତୀୟ ରାଜପଥ ୪୯ ମରଣଯନ୍ତା ପାଲଟିଛି। ପୁଣି ସୋମବାର ଅପରାହ୍ନ ସମୟରେ ପଞ୍ଚପୀଢ କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ରିଜର୍ଭ ପୋଲିସକୁ ନେଇ ବାରିପଦା ଅଭିମୁଖେ ଯାଉଥିବା ବେଳେ ପୋଲିସ ବସ ସହିତ କଣ୍ଟେନର ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ପୋଲିସ ବସରେ ବସିଥିବା ମୟୂରଭଞ୍ଜ ଜିଲ୍ଲାର ୨୦ ଜଣ ରିଜର୍ଭ ପୋଲିସ ଆହତ ହୋଇଛନ୍ତି।
ତେବେ ମଙ୍ଗଳବାର ବାରିପଦାକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ରହିଥିବା ବେଳେ । କରଞ୍ଜିଆ ଅଞ୍ଚଳରୁ ୨୦ରୁ ଅଧିକ ପୋଲିସ ବାରିପଦା ଅଭିମୁଖେ ଯାଉଥିବା ସମୟରେ ପୋଲିସ ବସ ଯାହାର ନମ୍ବର ଓଆର ୦୫ଏକେ ୪୪୫୬ ଟିର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି । ତେବେ ପୋଲିସ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବହୁତ ବଡ ବିପଦରୁ ରିଜର୍ଭ ପୋଲିସ ମାନେ ବଞ୍ଚି ଯାଇଛନ୍ତି। ବସଟି ଘାଟିରୁ ଓହ୍ଲାଉ ଥିବା ବେଳେ ବ୍ରେକ ଫେଲ ହେବାରୁ ଘାଟି ଉଠୁଥିବା କଣ୍ଟେନର ଯାହାର ନମ୍ବର ଡବ୍ଲୁ ବି ୦୫ଏ୧୫୮୩ କୁ ଧକ୍କା ଦେଇ ରହି ଯାଇଥିଲା।
ଏ ବିଷୟରେ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ପହଞ୍ଜି ଟ୍ରକ ଡ୍ରାଇଭର ଓ ରିଜର୍ଭ ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି| ଆହତ ମଧ୍ୟରେ ମନୋଜ ମହାନ୍ତ, ପୋଲିସ ଡ୍ରାଇଭର ମନ୍ମଥ ସେଠି , ସସ୍ମିତା ପୋଲେଇ, ସରୋଜ କର, ଲିଲିରାଣି ମହାନ୍ତ, ସରତ କୁମାର ଜେନା, କହଲି ମହାନ୍ତ, ରାମଚନ୍ଦ୍ର ମହାନ୍ତ, ସହିତ ୨୦ଜଣ ପୋଲିସ ବାହିନୀ ଆହତ ହୋଇଥିଲେ। ତେବେ ଦୃଘଟଣା ହେବା ଫଳରେ ରାସ୍ତାଜାମ ହୋଇ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଉଭୟ ପାର୍ଶ୍ଵ ରାସ୍ତା କଡରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା | କ୍ରେନ ସାହାଯ୍ୟରେ ଦୁଇଟି ଗାଡି ସାଇଡ କରିବା ପରେ ରାସ୍ତାରେ ଅଟକିଥିବା ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା