ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ପୁଣି ଡରାଉଛି କୋଭିଡର ନୂଆ ପ୍ରଜାତି ଜେ.ଏନ୍ ୱାନ । ଗତ ୨୪ ଘଂଟାରେ କେରଳରେ କୋଭିଡରେ ୩ଜଣଙ୍କର ମୃତୁ୍ୟ ହୋଇଛି । ଏହାସହ ୨୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୋମବାର ୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର ୧୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ କେରଳରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପାର ହୋଇଛି । ଏବେ କେରଳରେ ୨ହଜାର ୪୧ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ଦେଶରେ ମୋଟ୍ ଆକ୍ଟିଭ କେସ୍ ସଂଖ୍ୟା ୨ହଜାର ୩୧୧ ରହିଛି । କୋଭିଡର ନୂଆ ପ୍ରଜାତି ଜେ.ଏନ୍ ୱାନ ଏବେ ଚିନ୍ତା ବଢାଇଛି ।
ବିଶେଷ କରି କେରଳରେ ଏହାର ସଂଖ୍ୟା ବଢି ବଢି ଚାଲିଛି । ଥିରୁଅନନ୍ତପୁରମ ଓ ଏର୍ଣ୍ଣାକୁଲମରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି । ନଭେମ୍ବରରେ ପ୍ରଥମେ ଏହି ନୂଆ ଭାରିଏଂଟ ଚିହ୍ନଟ ହୋଇଥିଲା । ଏହାପର ଠାରୁ ମାମଲା ବଢିବାରେ ଲାଗିଛି । ସେପଟେ ମହାରାଷ୍ଟ୍ରରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୋଆରେ ମଧ୍ୟ ଏହି ପ୍ରଜାତି ଠାବ ହୋଇଛି ।