ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଉ ଜଣେ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଉ ଜଣଙ୍କୁ ଉଠାଇ ଗିରଫ କଲା ପୋଲିସ । ଉତ୍ତରପ୍ରଦେଶର ଜାଲାଉନର ଓରାଇରୁ ୫୦ବର୍ଷୀୟ ଅତୁଲ କୁଲଶ୍ରେଷ୍ଟା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍ । ତବେ ସୂଚନା ମୁତାବକ, ଗତରାତିରେ ବେଙ୍ଗାଲୁରୁରେ ପୁଲିସ ଅଟକ ରଖିଥିବା ଇଞ୍ଜିନିୟର୍‌ଜଣକ ହେଉଛନ୍ତି କର୍ଣ୍ଣାଟକର ଜଣେ ଅବସରପ୍ରାପ୍ତ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପୁଅ।

ଅଭିଯୁକ୍ତ ମନୋରଂଜନଙ୍କର ସେ ବନ୍ଧୁ ହୋଇଥିବା ବେଳେ ସଂସଦ ସ୍ମୋକ୍ ଆଟାକ ଲିଙ୍କ୍ ରହିଛି ବୋଲି ପୋଲିସ ତରଫରୁ ସୂଚନା ମିଳିଛି । ଅଟକ ଇଂଜିନିୟର ଯୁବକଙ୍କୁ ଜେରା ପାଇଁ ଦିଲ୍ଲୀ ଆଣୁଛି ପୋଲିସ । ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଂଜନ, ଅମୋଲ, ସାଗର ଓ ନିଲମଙ୍କ ସମେତ ୬ ଅଭିଯୁକ୍ତଙ୍କ ଆଜି ରିମାଣ୍ଡ ସରୁଛି । ରିମାଣ୍ଡ ବେଳେ ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ । ଗତ ସପ୍ତାହରେ ସଂସଦରେ ବ୍ୟାପକ ସୁରକ୍ଷା ସତ୍ତ୍ୱେ ଗ୍ୟାସ ମାଡ଼ କରା ଯାଇଥିଲା । ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରେ ମନୋରଂଜନ ଅଛନ୍ତି । ଅଭିଯୁକ୍ତମାନେ ଆତଙ୍କବାଦ ନିରୋଧ ଆଇନ, ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ସାଇକ୍ରିଷ୍ଣା ଏବଂ ମନୋରଂଜନ ବେଙ୍ଗାଲୁରୁ ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ବ୍ୟାଚମେଟ୍ ଥିବା ସୂଚନା । ଏହାଛଡ଼ା, ବୁଧବାର ଦିନ ଉତ୍ତର ପ୍ରଦେଶର ଜଲୌନ୍‌ରେ ପୁଲିସ ଅଟକ ରଖିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି ଅତୁଲ କୁଳଶ୍ରେଷ୍ଠ। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ‘ବଚ୍ଚା’ ନାମରେ ସୁପରିଚିତ ଅତୁଲ ନାଁରେ ଆଗରୁ ଅପରାଧିକ ରେକର୍ଡ କିଂବା ରାଜନୀତି ସହିତ ସମ୍ପର୍କ ନାହିଁ। କିନ୍ତୁ, ଛାତ୍ର ଜୀବନରେ ସେ ସହିଦ ଭଗତ ସିଂହଙ୍କ ଆଦର୍ଶ ପ୍ରତି ଖୁବ୍‌ ଅନୁରକ୍ତ ଥିଲେ। ସେ ‘ଭଗତ ସିଂହ ଫ୍ୟାନ୍‌ସ୍‌ କ୍ଲବ୍‌’ର ବୈଠକ ପାଇଁ ଆୟୋଜନ କରୁଥିଲେ ଏବଂ କୃଷକ ଆନ୍ଦୋଳନରେ ବି ସେ ଭୂମିକା ନେଇଥିଲେ।

Comments are closed.