କେନ୍ଦ୍ରାପଡ଼ା ମଣ୍ଡଳୀ ସ୍ତରୀୟ ରକ୍ତ ଦାନ ଶିବିର ଆୟୋଜିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରକ୍ତ ଦାନ ଶିବିର |କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଠାରେ ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି |

ପାଟକୁରା ବିଜୁ ଯୁବ ଜନତା ଦଳ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲ ଯୋଗ ଦେଇଥିଲେ | ଶିବିର ରେ ପାଖାପାଖି ଦେଢ଼ ସହ ଇଉନିଟ ରକ୍ତ ସଂଗ୍ରହ ରହିଥିଲା | ଡେରାବିଶ ର 14 ନମ୍ବର ଜୋନ ଜିଲ୍ଲା ପରିସଦ ସଭ୍ୟ ଅରବିନ୍ଦ ମଲ୍ଲିକ ଙ୍କ ନିଦେଶ ରେ ଡେରାବିଶ ବ୍ଲକ ର ଶତାଧିକ ବିଜୁପ୍ରେମୀ ରକ୍ତ ଦାନ କରିଥିଲେ |

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶରେ ରକ୍ତ ଦାନ ଭଳି ମହତ ଦାନ ପାଇଂ ବିଜୁ ଜନତା ଦଳ ର ସମସ୍ତ ମହିଳା ଓ ପୁରୁଷ କର୍ମୀ ସେବା ବୋଧକ ମନୋଭାବ ରଖି ଆଗେଇ ଆସିଥିଲେ | ପାଟକୁରା ର ବରିଷ୍ଟ ବିଜେଡି ନେତା ପ୍ରମୋଦ ରଥ, ସତ୍ୟlନନ୍ଦ ରାଉତ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷ ଗୀତାଞ୍ଜଳି ସେଠି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଡେରାବିଶ, ଗରଦପୁର ମାର୍ଶାଘାଇ ବ୍ଲକ ର ସମସ୍ତ ବିଜେଡି କର୍ମୀ ରକ୍ତ ଦାନ ଶିବିର ରେ ଯୋଗ ଦାନ କରିଥିଲେ |

Leave A Reply

Your email address will not be published.