ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପି କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ଅବସରରେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ମରୈଇଗାଁ ଧାନମଣ୍ଡି ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ତତସହିତ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଉପସ୍ଥିତ ଚାଷୀ ମାନେ ଅଭିଯୋଗ କରିଥିଲେ। ଧାନମଣ୍ଡି ପରିଦର୍ଶନ ଅବସରରେ ଚାଷୀ ମାନଙ୍କ ପାଇଁ ବିଶ୍ରାମ ଗୃହ ନଥିବା, ଚାଷୀ ମାନଙ୍କ ପାଇଁ ପିଇବାପାଣି ର ବ୍ୟବସ୍ଥା ନଥିବା, ଚାଷୀ ମାନେ ଶୌଚ ହେବା ପାଇଁ ପାଇଖାନା ନଥିବା, ଧାନକୁ ସୁରକ୍ଷିତ ରଖିବା ପାଇଁ ସୁରକ୍ଷିତ ଗୋଦାମ ଘର ନଥିବା ସହିତ ଗାଇ ଗୋରୁ କବଲରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ବାଉଣ୍ଡ୍ରୀ ୱାଲ୍ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି।
କେନ୍ଦ୍ରସରକାର ଧାନମଣ୍ଡୀ ମାନଙ୍କର ଉନ୍ନତି କରିବା ପାଇଁ ହଜାର ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଉଛନ୍ତି। ଧାନମଣ୍ଡୀ ମାନଙ୍କର ବିକାଶ କରାନଯାଇ ତାହା ବାଟମାରଣା ହେଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲା ରେ ଧାନମଣ୍ଡି ମାନଙ୍କରେ ମିଲରମାନଙ୍କ ର ଦାଦାଗିରି ଚାଲିଛି। ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ କଟନି ଛଟନି ହେଉଥିବା , ଟୋକନ ଓ ମାସ ନାମରେ ଚାଷୀ ମାନଙ୍କୁ ଧାନମଣ୍ଡୀ ରେ ହନ୍ତସନ୍ତ କରାଯାଉଛି। କେନ୍ଦ୍ର ସରକାର ଚାଷୀ ମାନଙ୍କୁ ଧାନ ପାଇଁ ବସ୍ତା ଦେଉଛନ୍ତି କିନ୍ତୁ ଏଠାରେ ଚାଷୀ ମାନଙ୍କୁ ଦିଆଯାଉନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। କେନ୍ଦୁଝର ଜିଲ୍ଲା ପ୍ରଶାସନିକ କଳ , ଶାସକଦଳ ଓ ବିଧାୟକ, ମନ୍ତ୍ରୀ ସମସ୍ତେ ମିଶି ଧାନକିଣା କାରବାରରେ ଏକ ବଡ ଦୁର୍ନୀତିର ରାକେଟ ଚାଲିଥିବା ବେଳେ ଚାଷୀ ମାନଙ୍କୁ ଶୋଷଣ କରୁଥିବା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ତୁରନ୍ତ ଧାନର ମନୁଷ୍ୟକୃତ ଅଭାବୀ ବିକ୍ରି ସମସ୍ୟାର ସମାଧାନ କରନ୍ତୁ, ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଭାବେ ଚାଷୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀ ଆଲୋକ କୁମାର ସେଠୀ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ଶ୍ରୀ ଶକଂର୍ଶଣ ଜେନା, ହାଟଡିହି ମଣ୍ଡଳ ବିଜେପି ସଭାପତି ଶ୍ରୀ ହରମୋହନ ଶାସିନି, ହାଟଡିହି ମଣ୍ଡଳ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ନିତ୍ୟାନନ୍ଦ ବେହେରା, ସୁଶାନ୍ତ କୁମାର ଜେନା, ବରିଷ୍ଠ ନାରୀ ନେତ୍ରୀ ସୁଶ୍ରୀ ତୃପ୍ତିମୟୀ ଯେନା କଂ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।