କରଞ୍ଜିଆ ଖଜୁରୀ ସାଗର ସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ନ୍ୟୁ ଇଣ୍ଡିଆ ଲିଟ୍ରେଶି ପ୍ରୋଗ୍ରାମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ସ୍ଥିତ ଖଜୁରୀ ସାଗର ସ୍କୁଲ ସଭା ଗୃହଠାରେ ଆଜି ବ୍ଲକ୍ ସ୍ତରୀୟ ନ୍ୟୁ ଇଣ୍ଡିଆ ଲିଟ୍ରେଶି ପ୍ରୋଗ୍ରାମ ଅନୁଷ୍ଠିତ ହୋଇ ଯାଇଛି |  ବୁଧବାର ଦିନ  ମା ଅମ୍ବିକା ମହିଳା ମହାମଣ୍ଡଳ ଆନୁକୁଲ୍ୟରେ ତଥା ପ୍ରତିଷ୍ଠାତା ସମ୍ପାଦିକା ସାବିତ୍ରୀ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ,ସମ୍ମାନୀତ ଅତିଥି ଭାବେ ସଭାପତି ସ୍ୱର୍ଣଲତା ମହାନ୍ତି,ବ୍ଲକ୍ ସଂଜୋଜିକା ଇପ୍ସିତା ମହାନ୍ତ,ଜିଲ୍ଲା ସଂଜୋଜିକା ଗୋଲାପି ମହାନ୍ତ, ଠାକୁରମୁଣ୍ଡା ବ୍ଲକ୍ ସଂଜୋଜିକା ବିନତି ସେଠୀ, ରାସଗୋବିନ୍ଦପୁର ଓ ବାରିପଦା ବ୍ଲକର ସଂଜୋଜିକା ଯଥାକ୍ରମେ ବର୍ଷାରାଣି ଭାରତୀ,ସୋନାଲି ରାଉତ ଏବଂ ସମସ୍ତ ସିଆରଶିଶି ଯୋଗ ଦେଇଥିଲେ ।

କର୍ମଶାଳାରେ ବିଶେଷ ଭାବେ ଶିକ୍ଷାଗତ ମାନ ବୃଦ୍ଧି,ନିରକ୍ଷରତା ରୋକିବା ଓ ମହିଳା ମାନଙ୍କୁ ଶିକ୍ଷିତ କରି ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.