ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୋରୁମହିଷାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ| ବାମନଘାଟୀ ଉପଖଣ୍ଡ ଗୋରୁମହିଷାଣୀ ଅଧିନସ୍ତ ଗୋରୁମହିଷାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସଭାପତି ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଛି |
ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ରାଇରଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନ ରଂଜନ ହେମ୍ବ୍ରମ, ୪୬ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିପିକା ମଣ୍ଡଳ, ମୁଖ୍ୟ ବକ୍ତା ପ୍ରତିଷ୍ଠାତା ତଥା ସଂପାଦକ ଶ୍ରୀଯୁକ୍ତ ବୃଷ୍ଟି ବିଡଜା ମଣ୍ଡଳ, ସମାଜସେବୀ ଶ୍ରୀଯୁକ୍ତ ମହାନଂଦ ଦାସ, ସାମ୍ବାଦିକ ରାଇରଙ୍ଗପୁର ସୌରଭ କୁମାର ପଟ୍ଟନାୟକ, ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ନିକଂଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ସଭାପତି ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ଦେବା ପରେ ଅତିଥିଗଣ ଯୁବ ଓଡିଶା ଓ ନବୀନ ଓଡିଶା ସଂପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ |
ଏହାପରେ ପୁରସ୍କାର ବିତରଣୀ ପର୍ବରେ ଗତ ୧୨ ତାରିଖ ଠାରୁ ୨୦ ତାରିଖ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଗୀତ, ନାଚ, ସୂଜନଶୀଳ ଲେଖା, ରଚନା, ଝୋଟି ଚିତା, ଷ୍ଟାଣ୍ଡ ଅଫ୍ କମେଡି, କ୍ରୀଡାରେ ଦୌଡ, ଲମ୍ବଡିଆଁ, କ୍ରିକେଟ୍, କବାଡି, ଫୁଟବଲ, ଭଲିବଲ, ବ୍ୟାଟମିନଟନ, ଥ୍ରୋ ତଥା ସାମାଜିକ ସଚେତନତା କାର୍ଯ୍ୟକ୍ରମ ରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡକ୍ଟର ଦିଗମ୍ବର ଗିରି ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ସଭାପତି ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ସଭା ସମାପ୍ତର ଘୋଷଣା କରିଥିଲେ | ଏଥିରେ ଅଧ୍ୟାପକଅଧ୍ୟାପିକା ଯଥା ତପନ କୁମାର ସାମଲ, ବିଶ୍ବଜିତ ମହାନ୍ତ, ମନୋଜ ବେହେରା, ନିରଂଜନ ଗିରି, ଧନ ଗୋବିନ୍ଦ ମହାନ୍ତ, ତୃଷ୍ଣା ଦାସ ତଥା ଅନ୍ୟମାନେ ସହଯୋଗ କରିଥିଲେ |