୨୪ ଘଣ୍ଟା ପରେ ବଦଳିବ ପାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାଜ୍ୟରେ ଶୀତ କମିବ। ରାଜ୍ୟବାସୀଙ୍କ ମିଳିବ ଆଶ୍ୱସ୍ତି। କିନ୍ତୁ ଏଥି ସହ କୁହୁଡ଼ି ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ୨୩ ଓ ୨୪ ତାରିଖ ସକାଳେ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ସତର୍କତା ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନକୁହୁଡ଼ି ଦେଖା ଦେବ। ପାଣିପାଗ ବିଭାଗ କହିଛି, କନ୍ଧମାଳର ଜି.ଜିଉଦୟଗିରିରେ ସର୍ବନିମ୍ନ ନି ତାପମାତ୍ରା ୪ ଡିଗ୍ରୀ ଡି ସେଲସିୟସିସ୍ ରେକର୍ଡ ହୋଇଛି । ଭୁବନେଶ୍ୱର ଓ କଟକ ତାପମାତ୍ରା ବି ଖସି ଆସିଛି ୧୨ ଡିଗ୍ରୀ ଡି ସେଲସିୟସ୍‌କୁ ।

ଏଥିରୁ ସ୍ପଷ୍ଟ-ସାରା ଓଡ଼ିଶା ଡ଼ି ଶୀତରେ ଏବେ ଥର ଥର ।ଆଭ୍ୟନ୍ତରୀଣ ହେଉ କି ଉପକୂଳ ଓଡ଼ିଶା, ସବୁଠି ଶୀତ ପ୍ରକୋପ ଜାରି । ପାଣିପାଗ ବିଭାଗ ଆଶ୍ୱସ୍ତି ଦେଇଛି, ଶୀତ ପ୍ରକୋପ ଆଉ ୨୪ ଘଣ୍ଟା । ଶୁକ୍ରବାର ଠାରୁ ଧୀରେ ଧୀରେ ରାତି ତାପମାତ୍ରା ବଢ଼ିବ । ତେବେ ୨/୩ ଦିନ ଭିତରେ ୨ରୁ ୩ ଡିଗ୍ରୀ ଡି ତାପମାତ୍ରା ବଢ଼ିବ । ଚିନ୍ତାର ବିଷୟ ହେଲା, ଆସନ୍ତା ୨/୩ ଦିନଦି କୁହୁଡ଼ି ବଢ଼ିବ । ୨୪ ତାରିଖରି ସକାଳ ଯାଏଁ କୁହୁଡ଼ି ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।ଶୁକ୍ରବାର ସକାଳେ ସୁନ୍ଦସୁରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ତିକନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟପୁ ରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଅଛି ।

ଶୁକ୍ରବାର ରାତି ଓ ଶନିବାର ସକାଳେ ଘନ କୁହୁଡ଼ି ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁରପୁ , ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ସ୍ଥାନେ ସ୍ଥାନେ ଘନ କୁହୁଡ଼ି ଘେରି ରହିବା ନେଇ ସତର୍କ କରାଯାଇଛି ।ଶନିବାର ରାତି ଓ ରବିବାର ସକାଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦସୁରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡିରେ ଘନ କୁହୁଡ଼ି ଚାଦର ଢାଙ୍କିପାରେ ।

Leave A Reply

Your email address will not be published.