ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ପ୍ରସାର କରିବା ତଥ୍ୟ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ତଥାକଥିତ ‘ନକଲ’ ତଥ୍ୟ ଡିଲିଟ କରିବାରେ ବିଫଳ ହେବାରୁ ଋଷର ଏକ କୋର୍ଟ ବୁଧବାର ଗୁଗୁଲ ଉପରେ ୪.୬ ବିଲିୟନ ରୁବେଲ (୫୦.୮୪ ନିୟୁତ ଡଲାର) ଜରିମାନା ଲଗାଇଛନ୍ତି ।
ଫେବୃଆରୀ ୨୦୨୨ ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ, ବିଷୟବସ୍ତୁ, ସେନ୍ସରସିପ୍, ତଥ୍ୟ ଏବଂ ସ୍ଥାନୀୟ ପ୍ରତିନିଧିତ୍ୱକୁ ନେଇ ଋଷ ବିଦେଶୀ ଟେକ୍ନୋଲୋଜି କମ୍ପାନୀଗୁଡିକ ସହିତ ବିବାଦ ଘେରକୁ ଆସିଛି । ସୂଚନା ଅନୁଯାୟୀ, ଋଷ ବିରୋଧରେ ପ୍ରଚାର କରାଯାଉଥିବା ଭ୍ରମାତ୍ମକ ଖବର ଏବଂ ବିଭ୍ରାନ୍ତକାରୀ ବିଷୟବସ୍ତୁ ଡିଲିଟ କରିବାରେ ଗୁଗୁଲ୍ ବିଫଳ ହେବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ଏହି ମାମଲାରେ ଗୁଗୁଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆଲଫାବେଟର ୟୁଟ୍ୟୁବ୍ କିଛି ଦିନ ହେବ ରୁଷିଆର ଟାର୍ଗେଟରେ ରହିଛି କିନ୍ତୁ ଟ୍ୱିଟର ଏବଂ ମେଟା ପ୍ଲାଟଫର୍ମର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ଏହାକୁ ବ୍ଲକ କରାଯାଇ ନାହିଁ । ଋଷରେ ଗୁଗୁଲର ବାର୍ଷିକ କାରବାରର ଅଂଶ ଭାବରେ ଏହି ଜରିମାନା ହିସାବ କରାଜୋଚିଛି । କମ୍ପାନୀକୁ ୨୦୨୧ ଶେଷରେ ୭.୨ ବିଲିୟନ ରୁବଲ୍ ଏବଂ ଅଗଷ୍ଟ ୨୦୨୨ ରେ ୨୧.୧ ବିଲିୟନ ରୁବଲ୍ ସମାନ କାରବାର ଭିତ୍ତିକ ଜୋରିମାନା କରାଯାଇଥିଲା ।