ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତରେ ଡବଲ ଝଟକା । ଦକ୍ଷିଣ ଆଫ୍ରିକା ଗସ୍ତରେ ଟି ୨୦ ପରେ ଏବେ ଦିନିକିଆ ସିରିଜ ଉପର ଲଗାଇଛି ମୋହର । ଫଳରେ ୨୦୧୮ ପରେ ଭାରତ ଦିନିକିଆ ସିରିଜକୁ କବଜା କରିଛି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ଦିନିକିଆ ସିରିଜ ଜିତିଛି ଭାରତ । ଚଳିତ ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଭାରତ ଏବଂ ଦ୍ୱିତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ତୃତୀୟ ମ୍ୟାଚ ଜିତି ଭାରତ ସିରିଜକୁ ଅକ୍ତିଆରକୁ ନେଇଛି । ଏହି ସିରିଜର ଅନ୍ତିମ ଦିନିକିଆରେ ଭାରତ ୭୮ ରନରେ ଦ କ୍ଷିଣ ଆଫ୍ରିକାକୁ ହରାଇଛି ।
ବ୍ୟାଟିଂ ଓ ବୋଲିଂ ଉଭୟ ବିଭାଗରେ କମାଲ ଦେଖାଇଥିଲା ଟିମ ଇଣ୍ଡିଆ । ପ୍ରଥମେ ସଞ୍ଜୁ ସାମସନଙ୍କ ଏଚ୍ଛଳ , ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଓ ଫିନିସର ରିଙ୍କୁ ସିଂଙ୍କ ଧୂଆଁଧାର ବ୍ୟାଟିଂ ଏବଂ ପରେ ଅର୍ଶଦୀପ ସିଂ , ୱାଶିଂଟନ ସୁନ୍ଦର ଓ ଅଭେଶ ଖାନଙ୍କ ଘାତକ ବୋଲିଂ ଯୋଗୁ ଏହା ସମ୍ଭବ ହୋଇଛି । ସିରିଜରେ ମୋଟ ୧୦ ଟି ୱିକେଟ ହାସଲ କରି ଚମକôାର ବୋଲିଂ କରିଥିବା ଅର୍ଶଦୀପ ସିଂ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ସେହିପରି ମ୍ୟାଚରେ ଶତକ ହାସଲ କରି ସଞ୍ଜୁ ସାମସନ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ବିରାଟ କୋହଲିଙ୍କ ପରେ କେ ଏଲ ରାହୁଲ ଦକ୍ଷିଣ ଆଫ୍ରିକାର ଦିନିକିଆ ସିରିଜ ଜିତିବାରେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇପାରିଛନ୍ତି ।
ଗୁରୁବାର ପାର୍ଲସ୍ଥିତ ନୋଲାଣ୍ଡ ପାର୍କଠାରେ ଖେଳାଯାଇଥିବା ସିରିଜର ତୃତୀୟ ଦିନିକିଆର ଟସ ଜିତି ଦ କ୍ଷିଣ ଆଫ୍ରିକା ଫିଲ୍ଡି ନିଷ୍ପତି ନେଇଥିଲା । ଭାରତ ପ୍ରଥମ ୫ ଓଭରରେ ଗୋଟିଏ ୱିକେଟ ହରାଇ ୩୪ ରନ କରିଥିଲା । ତେବେ ତୃତୀୟ ୱିକେଟରେ ସାମସନ ଓ ରାହୁଲଙ୍କ ମଧ୍ୟରେ ୫୨ ରନ ଏବଂ ଚତୁର୍ଥ ୱିକେଟରେ ସାମସନ ଓ ତିଲକଙ୍କ ମଧ୍ୟରେ ୧୧୬ ରନର ଭାଗିଦାରୀ ଭାରତ ପାଇଁ ଦୃଢ ମୂଳଦୁଆ ପକାଇଥିଲା । ପରେ ରିଙ୍କୁ ସିଂ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୯୬ ରନ କରିଥିଲା । ସାମସନ ୧୧୪ଟି ବଲରୁ ୬ଟି ଚୌକା ଓ ୩ଟି ଛକା ସହ ୧୦୮ ରନ ଓ ତିଲକ ୭୭ଟି ବଲରୁ ୫ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ କରିଥିଲେ । ରିଙ୍କୁ ୨୭ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହ ୩୮ ରନ , ରଜତ ପାଟୀଦାର ୨୨ , ରାହୁଲ ୨୧ ଓ ସୁନ୍ଦର ୧୪ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ବଚ୍ଚରନ ହେଣ୍ଡ୍ରିକସ ୩ଟି , ଯନେ୍ଦ୍ର ବର୍ଗର ୨ଟି , ୱିଲିୟମସ, ମୁଲ୍ଡର ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରି ୯ ଓଭରରେ ୫୯ ରନ କରି ପ୍ରଥମ ୱିକେଟ ହରାଇଥିଲା । ତେବେ ଅର୍ଶଦୀପ, ୱାଶିଂଟନ ଓ ଅଭେଶଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲା । ତୃତୀୟ ୱିକେଟରେ ଟୋନି ଡି ଜୋର୍ଜ ଓ ଏଡେନ ମାର୍କରାମଙ୍କ ୭୮ ରନର ଭାଗିଦାରୀ କିଛିଟା ସ୍ଥିର ଦେଇଥିଲା । କିନ୍ତୁ ନିୟମିତ ବ୍ୟବଧାନରେ ୱିକେଟ ପଡିବାରୁ ଦକ୍ଷିଣ ଆଫ୍ରିକା ୪୫ ଓଭର ଓ ୫ଟି ବଲରେ ୨୧୮ ରନ କରି ଅଲଅ୍ଧମଙ୍କ ହୋଇଥିଲା । ଏବଂ ୭୮ ରନରେ ମ୍ୟାଚ ହାରିଥିଲା । ଜୋର୍ଜି ୮୭ ବଲରୁ ୬ଟି ଚୋକା ଓ ୩ଟି ଛକା ସହ ୮୧ ରନ ଓ ମାର୍କରାମ ୪୧ଟି ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହ ୩୬ ରନ କରିଥିଲେ । ହେନରିକ କ୍ଲାସେନ ୨୧, ରୀଜା ହେଣ୍ଡ୍ରିକସ ୧୯ ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ୪ଟି, ୱାଶିଂଟନ ଓ ଅଭେଶ ୨ଟି ଲେଖାଏଁ ଅବଂ ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।