ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଦୁଇ ଦିନ ଧରି ରାମଚନ୍ଦ୍ରପୁର ରାମେଶ୍ବର ମିନିଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଏହି କ୍ରୀଡା ପ୍ରତିଯୋଗିତାରେ ଘସିପୁରା ବ୍ଲକ ର ୨୨ ଟି ଜନଜାତି ଫୁଟବଲ ଟିମ ଏବଂ ୮ଟି ସାସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ।ସେଥି ମଧ୍ଯରୁ ଶ୍ରେଷ୍ଠ ଫୁଟବଲ ଟିମ୍ ଭାବେ ସାମୁକାନେଣ୍ତି ରେ ବେତାଳ କ୍ଲବ ହରବତାଳ ଚମ୍ପିଅନ ଘୋଷିତ ହୋଇଥିଲା।ରନର୍ସଅପ ଦଳ ଭାବେ ରାଧିକାଦେଇପୁର ପଞ୍ଚାୟତର ଏମଡିଆର କ୍ଲବ ପାତନା ପୁରସ୍କୃତ ହୋଇଥିଲେ।
ଚମ୍ପିଅନ ଏବଂ ରନର୍ସଅପ ଦଳ କୁ ଯଥାକ୍ରମେ ୧୫ ହଜାର ଏବଂ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରୀ ଜନଜାତି ସାଂସ୍କୃତିକ ଦଳ ଭାବେ ଗଡବାନ୍ଧଗୋଡା ପଞ୍ଚାୟତ ହାଡବାହାଳୀ ଦଳ ପ୍ରଥମ ,ଗଁପୁର ପଞ୍ଚାୟତର ନୂହାମାଳିଆ ଦ୍ବିତୀୟ ଏବଂ ସୀତାରାମ ପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲ୍ଲା ଜନଜାତି ଉନ୍ନୟନ ଅଧ୍ଯକ୍ଷ ଶ୍ରୀମତୀ ଲକ୍ଷ୍ମୀ ନାଏକ, ଜନଜାତି ଉପାଧ୍ଯକ୍ଷ ନାରାୟଣ ପୂର୍ତ୍ତି, ନର୍ଥ ଓଡିଶା ଫୁଟବଲ ଫେଡେରେସନ କୋଚ ବିରେନ୍ଦ୍ର କୁମାର ମହାନ୍ତ, ଯୁବନେତା ଦେବାଶିଷ ପାତ୍ର,ଜିଲ୍ଲା ଆଦିବାସୀ ଉନ୍ନୟନ ସମିତି ସଦସ୍ଯ ପରେଶ କୁଅଁର, ବ୍ଲକ ଅଧ୍ଯକ୍ଷ ସୁଜାତା ସାହୁ,ସ୍ଥାନିୟ ସରପଞ୍ଚ ପ୍ରଦିପକୁମାର ସାହୁ,ସମିତି ସଭ୍ଯ ମନ୍ମଥ କୁମାର ସାହୁ,ବିଜୟ କୁମାର ଜେନା,ଆଇଟିଡିଏ କନିଷ୍ଟ ଯନ୍ତ୍ରୀ ବିନୟକୁମାର ପଟେଲ ପ୍ରମୂଖ ଯୋଗ ଦେଇ ଶ୍ରେଷ୍ଠ ଫୁଟବଲ ଏବଂ ସାସ୍କୃତିକ ଦଳକୁ ପୁରସ୍କୃତ କରିଥିଲେ।
ଖେଳୁଆଡ ମନୋଭାବ ନେଇ ଦୁଇ ଦିନ ଧରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିବାରୁ ଜନଜାତି ଭାଇ ଭଉଣି ମାନଙ୍କୁ ଅତିଥି ଧନ୍ଯବାଦ ପ୍ରଦାନ କରିଥିଲେ। ଏହି ଖେଳ ଏବଂ ସାଂସ୍କୃତିକ କାର୍ଯ୍ଯକ୍ରମ ମାଧ୍ଯମରେ ଗ୍ରାମାଞ୍ଚଳରେ ରହୁଥିବା ଜନଜାତି ଯୁବକ ଯୁବତୀ ମାନଙ୍କ ପ୍ରତିଭା ବିକଶିତ ହୋଇ ପାରିବ ବୋଲି ଅତିଥି ମାନେ ନିଜ ବକ୍ତବ୍ଯରେ କହିଥିଲେ। ସୁନିଲ କୁମାର ମୁର୍ମୁ ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଦୁଇଦିନ ଧରି ଫୁଟବଲ ମ୍ଯାଚ ରେଫରି ଭାବେ କାଳନ୍ଦି ମୁର୍ମୁ,ଭଞ୍ଜ କୁମାର ସୋରେନ,ସୁଶାନ୍ତ ସାମଲ,ମାନସ କୁମାର ଟୁଡୁ,ମାଝିଆ ମୁର୍ମୁ,ସୁନିଲ କୁମାର ଟୁଡୁ କାର୍ଯ୍ଯ ସମ୍ପାଦନ କରିଥିଲେ। ରଜତ ତିରିଆ ଧାରା ବିବରଣୀ ପ୍ରଦାନ କରିଥିଲେ।