ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗମ୍ଭାରିଆ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଗମ୍ଭାରିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା, ଯାହା ଫଳରେ ଲୋକେ ଏହା ସମ୍ପର୍କରେ ସଚେତନ ହେବା ସହିତ ତାର ଫାଇଦା ବିଷୟରେ ଅବଗତ ହୋଇପାରିବେ |
ଏଥିରେ ମୁଖ୍ୟ ଅତିଥି ଭାବେ ବହଳଦା ଏବିଡିଓ ଶକ୍ତି ପ୍ରସାଦ ପାଇକରାୟ, ସମ୍ମାନିତ ଅତିଥି ରୂପେ ଏଓ ପ୍ରଦୀପ କିଶୋର କର୍ଣ୍ଣ, ଗମ୍ଭାରିଆ ସରପଞ୍ଚ ବୈଦେହି ହାଁସଦାଃ, ଜିଡିଏସ ମନୋରଂଜନ ମହାନ୍ତ, ପିଇଓ ଯମୁନା ଟୁଡୁ ଓ ବ୍ୟାଙ୍କ ମିତ୍ର ରଜନୀରାଣୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ପ୍ରସରିକା ନାୟକ, ସସ୍ମିତା ରାଉତ, ଭାଗ୍ୟ ସାରଥୀ ପଣ୍ଡା, ଶିଲାବତୀ ମହାନ୍ତ,
ବିଷ୍ଣୁ ପ୍ରତାପ ସେଠୀ, ଶ୍ବେତପଦ୍ମା ବେହେରା, କଲ୍ୟାଣ ସିଂ, ତ୍ରିଲୋଚନ ଗିରି, ଶୁଦେବି ବେହେରା, ଦୀପକ କୁମାର ମହାନ୍ତ, ମିତେଶ କୁମାର ମହାନ୍ତ, ଶୁଭାଶିଷ ମହାନ୍ତ, ଆଶିଷ କୁମାର ମହାନ୍ତି, ପାର୍ଥ ସାରଥୀ ସାହୁ, ଶଶୀ ଶେଖର ମହାନ୍ତ, ମନୋରଂଜନ ଦାସ, ସରୋଜ କୁମାର ନାଏକ ଓ ଶିଶିର କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ | ଏଥିସହିତ ଭାରତୀୟ ଜନତା ପାର୍ଟିର ବହୁ ଦଳୀୟ କର୍ମୀ ସମବେତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ |