ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନ୍ମ ରୁ ମୃତ୍ୟୁ ପଯ୍ୟନ୍ତ ସରକାର କେତେ ଯୋଜନା ପ୍ରଣୟନ କରୁଛନ୍ତି ।ଏହି ଯୋଜନା ମଧ୍ୟରେ ସ୍ୱାସ୍ଥ୍ୟ ସେବା କୁ ବହୁ ଗୁରୁତ୍ୱ ଦିଆଯାଏ ।ଏହି ସ୍ୱାସ୍ଥ୍ୟ ସେବା ର ଏକ ମୁଖ୍ୟ ଅଙ୍ଗ ହେଉଛି ଆମ୍ବୁଲାନ୍ସ ସେବା ।
ସେ ଜନ୍ମ ହେଉ କି ମୃତ୍ୟୁ ହେଉ ସବୁଠି ପ୍ରଥମେ ପହଞ୍ଚିଥାଏ ଆମ୍ବୁଲାନ୍ସ ଓ ଏହି ଆମ୍ବୁଲାନ୍ସ ମଧ୍ୟରେ ୧୦୮ ମୁଖ୍ୟ ଅଟେ ।ସେହି ୧୦୮ ଆମ୍ବୁଲାନ୍ସ ର ଡ୍ରାଇଭର କେତେ ସ୍ବଳ୍ପ ଦରମା ରେ ନିଜର କାଯ୍ୟ ସମ୍ପାଦନ କରୁଛନ୍ତି ତାହା ପୁଣି ଦିନ ରାତି ଅନିଦ୍ରା ହୋଇ ।ଆଜି ଏହାର ପ୍ରତିବାଦରେ ୧୦୮ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ସଭାପତି ରଞ୍ଜନ କୁମାର ନାଓଙ୍କ ଅଧକ୍ଷତାରେ ଆମ୍ବୁଲାନ୍ସ ଡ୍ରାଇଭର ଙ୍କୁ ନିୟମିତ କରିବା ନଚେତ ୮ଘଣ୍ଟିଆ ପ୍ୟାକେଜ ,ବାର୍ଷିକ ଦରମା ବୃଦ୍ଧି,କର୍ମଚାରୀ ଙ୍କ ରହିବା ଓ ଶୌଚାଳୟ ର ବ୍ୟବସ୍ଥା,
ଆକସ୍ମିକ ମୃତ୍ୟୁରେ ୨୦ଲକ୍ଷ,ଅକରମଣ୍ୟ ହେଲେ ୧୦ଲକ୍ଷ ରାଶି ପ୍ରଦାନ କରିବା,ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ପ୍ରତି ହେଉଥିବା ଅତ୍ୟାଚାର ବନ୍ଦ କରିବା ନେଇ ଜିଲ୍ଲାପାଳ ଅଫିସ ସାମ୍ନାରେ ପ୍ରତିବାଦ କରିଥିଲେ । ଶେଷରେ ଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିବା ସହ ତୁରନ୍ତ ଏହାର ପ୍ରତିକାର କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ଦେଖିବାକୁ ରହିଲା ସରକାର ଏହି ଡ୍ରାଇଭର ମାନଙ୍କ ଦୁଃଖ କେବେ ଶୁଣିବେ ।