ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାନ୍ତାଳୀ ଭାଷା ଦିବସ ପାଳିତ | ୨୦୦୩ ମସିହା ଡିସେମ୍ବର ୨୨ ତାରିଖ ଦିନ ଭାରତ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାନ୍ତାଳୀ ଭାଷାକୁ ଅନ୍ତର୍ଭୁକ୍ତ କରାଯାଇଥିଲା | ଏହି ଦିନଟିକୁ ସାନ୍ତାଳୀ ଭାଷା ଦିବସ ରୂପେ ମାନ୍ୟତା ଦିଆଯାଇଥିଲା | ସେହି ଦିନ ଠାରୁ ଆଦିବାସୀ ସଂପ୍ରଦାୟ ଲୋକେ ମହାଆଡମ୍ବର ସହକାରେ ପାଳନ କରିଆସୁଛନ୍ତି |
ଏହି ପରିପ୍ରେକ୍ଷୀରେ ଆଜି ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଜାରିଟାଣ୍ଡି ଗ୍ରାମ ଫୁଟବଲ ପଡିଆ ପରିସରରେ ଆସେକା ପକ୍ଷରୁ ସାନ୍ତାଳୀ ଭାଷା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏଥିରେ ଜାରିଟାଣ୍ଡି ଆସେକା ବ୍ରାଞ୍ଚ କାର୍ଯ୍ୟାଳୟର ସଭାପତି ଦୁଗୁ ହେମ୍ବ୍ରମ, ଉପସଭାପତି କିରତୁ ସୋରେନ, ସଂପାଦକ ପୀତାମ୍ବର ଟୁଡୁ, ସହ ସଂପାଦକ ଶୁରଦାନ ଟୁଡୁ, କୋଷାଧକ୍ଷ ଭାଦ ମାର୍ଣ୍ଡି, ରାଇରଙ୍ଗପୁର ଆସେକା ମୁଖ୍ୟ କାର୍ଯ୍ୟାଳୟ ସାଧାରଣ ସଂପାଦକ ଜିତେନ୍ଦ୍ର ହାଁସଦାଃ, ପାଳସା ପୀଢ ପାରଗାନା ଭାଗିରଥୀ ହାଁସଦାଃ, ପାଳସା ପୀଢ ସଂପାଦକ ରାମଚନ୍ଦ୍ର ହେମ୍ବ୍ରମ, ଆସେକା ଶିକ୍ଷା ବୋଡ ଅଧ୍ୟକ୍ଷ ଧନମଣି ମୁର୍ମୁ ତଥା କାର୍ଯ୍ୟକାରୀ ସଦସ୍ୟଗଣ ଉପସ୍ଥିତ ଥିଲେ |
ଅତିଥିଗଣ ସାନ୍ତାଳୀ ଭାଷା ଉପରେ ଅତୀତ ଗାଥା ରୋମାନ୍ଥନ କରି ଏହି ଭାଷାକୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ସାମିଲ କରିବା ପାଇଁ ଜୋର ଦେଇଥିଲେ | ଏହି ବୈଠକରେ ସାନ୍ତାଳୀ ଅଲଚିକି ଭାଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବୋଡ ମାନପତ୍ର ଅତିଥିଗଣ ମାନଙ୍କ ଠାରୁ ପ୍ରଦାନ କରାଯାଇଥିଲା | ଏହି ବିରାଟ ସମାବେଶରେ ମାଝୀ, ନାଏକେ , ପାରଗାନା ଏବଂ ଜାରିଟାଣ୍ଡି ଗାଁ ର ଆଦିବାସୀ ସଂପ୍ରଦାୟ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ |