‘ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ; ଆଚିଭର୍‌‌ଙ୍କୁ ସମ୍ମାନ ସହ ଗରିବ ଶିଶୁଙ୍କୁ ମିଳିଲା ମାଗଣାରେ ପାଠ୍ୟ ଉପକରଣ

0

ଭୁବନେଶ୍ୱର : ଓଡିଶାର ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ପ୍ରଥମେ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ୨୦୨୩’ ଆରମ୍ଭ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ସମ୍ମାନୀୟ ଅତିଥି ରୂପେ ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ପ୍ରଭାତ କୁମାର ନନ୍ଦି, ଟିଟନ ସାହୁ, ରିତା ଦାସ, ଦେବଶ୍ରୀ ମହାପାତ୍ର ଏବଂ ନିଲମ୍‌‌ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଂଶସା କରିଥିଲେ। ଅନୁଷ୍ଠାନ ତରଫରୁ ନାରାୟଣୀ ବସ୍ତିର ୫ ଜଣ ଶିଶୁଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ପରେ ପରେ ଅତିଥିଙ୍କ ଦ୍ୱାରା ୩୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଓଡିଶା ଆଚିଭର୍‌‌ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଭରତ ପ୍ରଧାନ ସ୍ୱାଗତ ଭାଷଣରେ କହିଥିଲେ, ମୋ ଦେହର ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ମୁଁ ଗରିବ ଶିଶୁ ମାନଙ୍କ ପାଇଁ ଯେତିକି ସାଧନ ହୋଇ ପାରିବ ନିଶ୍ଚୟ କରିବି ଏବଂ ଆମ ଟ୍ରଷ୍ଟ ଏଥି ପାଇଁ ସଦା ସର୍ବଦା କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମକୁ ଶୁଭୋଜିତ୍‌‌ ପଣ୍ଡା ପରିଚାଳନା କରିଥିଲେ ଓ ଅତିଥିଗଣ ଏହା ଏକ ଅଭିନବ ପ୍ରୟାସ ବୋଲି କହି ଖୁସି ବ୍ୟକ୍ତ କରିଥିଲେ। ଜ୍ୟୋତି, ଦୁର୍ଗା, ଭକ୍ତ ,ଏବଂପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.