ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୁତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ଡ୍ରଗ ଏବ୍ୟୁଜ ଏବଂ ସାଇବର କ୍ରାଇମ କାର୍ଯ୍ୟକ୍ରମ ଅନୁଷ୍ଠିତ | ମହିଳା ମହାବିଦ୍ୟାଳୟରେ ନୁତନ ଉନ୍ନତ ଅଭିଳାଷ, ଓଡ଼ିଶା ଅନ୍ତର୍ଗତ ଡ୍ରଗ ଏବ୍ୟୁଜ ଏବଂ ସାଇବର କ୍ରାଇମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଯେଉଁଥିରେ। ପାଞ୍ଚ ଶହ ରୁ ଅଧିକ ଛାତ୍ରୀମାନେ ଏକ ରେଲି ରେ ଭାଗ ନେଇ ଶହର ପରିକ୍ରମା କରିଥିଲେ।
ସର୍ବ ପ୍ରଥମେ ଅଧ୍ୟକ୍ଷ ରବିଶଙ୍କର ସତପଥି ଛାତ୍ରୀମାନଙ୍କୁ ନିଶା ନିବାରଣ ଓ ସାଇବର କ୍ରାଇମ ଉପରେ ବକ୍ତବ୍ଯ ପ୍ରଦାନ କରି ସହର ପରିକ୍ରମା ପାଇଁ ଅନୁମତି ଦେଇଥିଲେ। ବିଜୟ ରାମ ଓ ପ୍ରିୟତମା ହେମ୍ଭ୍ରମ ଙ୍କ ମାର୍ଗଦର୍ଶନରେ ଛାତ୍ରୀମାନେ କଲେଜ ଠାରୁ ଗୋଲେଇ, ତା ପରେ ଦୁର୍ଗା ମଣ୍ଡପ ଦେଇ କଚେରୀ ରେ ନିଶା ଏବଂ ସାଇବର କ୍ରାଇମ ଉପରେ ଦୁଇଟି ପଥପ୍ରାନ୍ତ ପରିବେଷଣ କରିଥିଲେ। ଏହା ପରେ ବସ ସ୍ଟାଣ୍ଡ ହୋଇ ରେଲି କଲେଜ କୁ ଫେରି ଥିଲା।
ଶୁଭଦର୍ଶିନି ମିଶ୍ର, ଦଶରଥ ଗୋରାଇ, ରୁଦ୍ରନାଥ ଧୀର,ବବଲୁ କୁମ୍ଭକାର,ପୁଷ୍ପଲତା ମୁର୍ମୁ, ଦେବସ୍ମୀତା ସରଘରିଆ, ପ୍ରିୟଦର୍ଶିନୀ ବେହେରା, ଶ୍ୟାମ ମଣ୍ଡଳ, ସୂଶ୍ରିତା ଦାସ, କାରୁ ମାରାଣ୍ଡି ର ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରୀମାନେ ଯଥା ସ୍ବେଛାସେବୀ ବର୍ଷାରାଣୀ ବାରିକ,ଶୁଭଲକ୍ଷ୍ମୀ ମହାନ୍ତ, ଦେବୋସିନି ମାଦଳା, ବିଜୟଲକ୍ଷ୍ମୀ ମହାନ୍ତ,କାର୍ମି ହାଁସଦା,ଅପର୍ଣାଶ୍ରୀ ମଣ୍ଡଳ,ସୁଜାତା ପରିଡା, ମମତା ମହାନ୍ତ, ଲତିକା ପାତ୍ର,ଗୁରୁବାରୀ ହେମ୍ଭ୍ରମ,ଗୌରୀ ଶର୍ମା,ଜୟଶ୍ରୀ ମହାନ୍ତ, ଶ୍ରୁତି ମହାନ୍ତ, ଅନୁପମା ମହାନ୍ତ ଅନ୍ଯାନ୍ଯ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ। “ନିଶା ଆମେ କରିବା ନାହି, ନିଶା କରି ମରିବା ନାହିଁ,” “ମଦ ଆମେ ପିଇବା ନାହିଁ, ମଦ ପିଇ ମରିବା ନାହିଁ,” ଡ୍ରଗ ଆମେ ନେବା ନାହିଁ, ଡ୍ରଗ ନେଇ ମରିବା ନାହିଁ” ର ନାରା ରେ ଶହର ଗୁଞ୍ଜରିତ ହୋଇ ଥିଲା।