ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାମ୍ମୁ କାଶ୍ମୀରର ଦୁଇଟି ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ । ପୁଞ୍ଜ ଏବଂ ରଜୌରୀରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ପାଇଁ ଏଭଳି କରାଯାଇଥିବା ସୂଚନା ମିଳିଛି ।
ପୁଞ୍ଜରେ ୪ଜଣ ଯବାନ ସହିଦ ହେବା ପରେ କଡାକଡି ଭାବେ ଯାଞ୍ଚ କରାଯାଉଛି । ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ତେବେ ଗତ ଗୁରୁବାର ଦିନ ପୁଞ୍ଚରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିଲେ । ତେବେ ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଏହି ସର୍ଚ୍ଚ ଅପରେଶନ ଚଳାଇଥିବା କାରଣରୁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି । ଏବେ ମଧ୍ୟ ଆତଙ୍କବାଦୀ ଉକ୍ତ ସ୍ଥାନରେ ଲୁଚି ରହିଥିବା ସନ୍ଦେହରେ ଏହି ସର୍ଚ୍ଚ ଅପରେଶନ ଜାରି ରହିଛି ।
ସୂଚନାଯୋଗ୍ୟ, ଗତ ଗୁରୁବାର ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀମାନେ ସେନାରେ ଦୁଇଟି ଗାଡ଼ି ଉପରେ ଆକ୍ରମଣ କରିଥିଲେ । ତେବେ ଏହି ଆକ୍ରମଣରେ ୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଏହି ଘଟଣାର ପ୍ରକୃତ ଅଭିଯୁକ୍ତକୁ ଖୋଜି ବାହାର କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି ।