ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡି ପାଳୁଛି ୨୭ ତମ ପ୍ରତିଷ୍ଠା ଦିବସ। ବିଜେଡିକୁ ୨୬ ପୁରି ୨୭ ଚାଲିଲା। ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ଥିବାରୁ ପ୍ରତି ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଜେଡି ନିଷ୍ପତି ନେଇଛି।
ଏହା ସହିତ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ସାଇକେଲ ରାଲି କରିବ ବିଜେଡି। ରକ୍ତ ଶିବର, ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ରହିଛି। ସେବା ଓ ବିକାଶକୁ ଅଧିକୁ ଗୁରତ୍ବ ଦେଉଥିବାରୁ ବିଜେଡି କର୍ମୀ ଓ ନେତା ଆଗାମୀ ଦିନରେ ଜନସାଧାରଣଙ୍କ ସେବା ଓ ବିକାଶକୁ ଅଧିକ ତ୍ବରାନ୍ବିତ କରିବାକ ଶପଥ ନେବ । ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରତିଷ୍ଠା ଦିବସ ଅବସରରେ କଟକ ଆନନ୍ଦ ଭବନରୁ ଏକ ସାଇକେଲ ରାଲି ସକାଳ ୮ଟା ବାହାରି ଭୁବନେଶ୍ବରରେ ଶଙ୍ଖ ଭବନରେ ପହଞ୍ଚିବ । ସାଇକେଲ ରାଲି ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ପାର୍କରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏହା ପରେ ଶଙ୍ଖ ଭବନରେ ଫ୍ଲାଗ ହୋଷ୍ଟିଂ କରାଯିବ। ଏହା ସହିତ ଯହେତୁ ବିଜୁ ଜନତା ଦଳକୁ ୨୬ ବର୍ଷ ପୂରିଛି ସେଥିପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଶଙ୍ଖ ଭବନରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି। ଏହାସହିତ ସବୁ ନିର୍ବାଚନ ମଣ୍ତଳୀରେ ପ୍ରତିଷ୍ଠା ଦିବସ ପାଳନ କରିବା ସହ ବୃକ୍ଷ ରୋପଣ ଏବଂ ରକ୍ତ ଦାନ ଶିବିର କରିବାକୁ ବିଜେଡି ନିଷ୍ପତି ନେଇଛି।