ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୀତରେ ଥରୁଛି ସାରା ରାଜ୍ୟ । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ଲାଗୁଛି ଥଣ୍ଡା । ସକାଳୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ସେପଟେ କୁହୁଡି ଯୋଗୁଁ କିଛି କିଛି ସ୍ଥାନରେ ରାସ୍ତା ଦୃଶ୍ୟମାନ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଘନ କୁହୁଡି ବଳୟରେ ସୂର୍ଯ୍ୟମନ୍ଦିର । ଆଜି କୋଣାର୍କରେ ପ୍ରଥମ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିରେ ସଂପୂର୍ଣ୍ଣ ଢାଙ୍କି ହୋଇପଡ଼ିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର।
ସୂର୍ଯ୍ୟମନ୍ଦିର ପରିସରରେରେ ସକାଳୁ ସକାଳୁ ମାତ୍ରାଧିକ ଘନ କୁହୁଡିର ଆସ୍ତରଣ ଯୋଗୁଁ ପର୍ଯ୍ୟଟକମାନେ ବୁୁୁଲି ଦେଖିବାରୁ ବଞ୍ଚିତ ହୋଇଥିଲେ । ରାସ୍ତାରେ ଯିବା ଆସିବା କରିବାରେ ମଧ୍ୟ ପର୍ଯ୍ୟଟକଙ୍କୁ ଅସୁବିଧା ହୋଇଥିଲା । ବିିଶେଷ ଭାବେ ସୂର୍ଯ୍ୟ ମନ୍ଦିରର ସୁୁକ୍ଷ୍ମ କରୁୁକାର୍ଯ୍ୟ ଦେଖିବାକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକ କୁହୁଡି ପାଇଁ ଦେଖିପାରି ନଥିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସମ୍ପୂର୍ଣ ଭାବେ ଦୀର୍ଘସମୟ ଧରି ଏହି କୁହୁଡି ଚାଦର ଲୁଚାଇ ଦେଇଥିଲା ।
ଯାହାଫଳରେ ଖାଲି ଆଖିରେ କିଛି ଦୃଶ୍ୟମାନ ହେଉନଥିଲା । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଅଧିକ ରହିଛି । କଟକ, ଭୁବନେଶ୍ୱର, ବାଲେଶ୍ୱର, ବାରିପଦା, ଗୋପାଳପୁର ଆଦି ସ୍ଥାନରେ ସ୍ୱାଭାବିକ ତାପମାତ୍ରା ୦.୫ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକା ରହୁଛି । ଭୋର ସମୟରେ ଅଧିକ କୁହୁଡ଼ି ଦେଖିବାକୁ ମିଳୁଛି ।