ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂସଦ ହମଲା କୁ ନେଇ ବଡ ଖୁଲାସା । ଧିରେ ଧିରେ ଖୋଲୁଛି ଗୁମର । ଏହାରି ଭିତରେ ହେଲାଣି ୮ ଗିରଫଦାରୀ । ଏହା ପଛରେ ରହିଛି କାହାର ହାତ ? କ’ଣ ଥିଲା ଅସଲ ଉଦେଶ୍ୟ ? ଅଭିଯୁକ୍ତଙ୍କୁ କିଏ ଦେଇଥିଲା ମିଛ ଆଶ୍ୱାସନା ? କେଉଁଠି ଆସୁଥିଲା ଟଙ୍କା ? କେବେ ଓ କେଉଁଠି ହୋଇଥିଲା ବ୍ଲୁପ୍ରିଂଟ ? କୌଣସି ଅନ୍ତର୍ଜାତୀୟ ଷଡଯନ୍ତ୍ର ନୁହେଁ ତ ? କିଏ କିଏ ସେଇ ପ୍ରଭାବଶାଳୀ ବ୍ୟକ୍ତି ଯେଉଁମାନେ ଅଭିଯୁକ୍ତଙ୍କ ପାଇଁ ଢାଲ ବନିଥିଲେ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନର ଉତର । କ’ଣ କହୁଛି ପୋଲିସ ଅନୁସନ୍ଧାନ ?
ସଂସଦ ହମଲା କାଣ୍ଡର କେତେକ ଅଭିଯୁକ୍ତ ଧରାପଡିବା ପରେ କୁହାଯାଉଥିଲା କି ଲଳିତ ଝା ଏହାର ମାଷ୍ଟରମାଇଣ୍ଡ । ତେବେ ଦିଲ୍ଲୀ ପୋଲିସର ସ୍ପେଶାଳ ସେଲର ଅନୁସନ୍ଧାନ ଅନୁଯାୟୀ ଲଲିତ ଝା ନୁହେଁ ମହୀଶୂରର ମନୋରଞ୍ଜନ ଡି ଏହାର ଅସଲ ମାଷ୍ଟରମାଇଣ୍ଡ । ସେ ଜଣେ କୃଷକଙ୍କ ପୁଅ । ପେସାରେ କମ୍ପୁ୍ୟଟର ଇଞ୍ଜିନିୟର । ପ୍୍ରଥମେ କୁଆଡେ ୮୦ ହଜାର ଟଙ୍କାର ଚାକିରି କରିଥିଲା । ଚାକିରି ଛାଡି ସମାଜସେବା ବି କରୁଥିଲା । ପଢା ସମୟରେ ଛାତ୍ର ନେତା ଥିଲା ତା’ର ଗିରଫଦାରୀ ପରେ ରାହୁଲ ଗାନ୍ଧି କହିଥିଲେ ବେରୋଜଗାର ଯୁବକ । ତେବେ ନନୋରଞ୍ଜନର ପାସପୋର୍ଟରେ ବିଦେଶୀ ଯାତ୍ରା ବିବରଣୀ ରହିଛି । ଯଦି ବେରୋଜଗାର ଥିଲା , କେମି ତି କରୁଥିଲା ବିଦେଶୀ ଯାତ୍ରା ? କିଏ ଦେଉଥିଲା ଟଙ୍କା ? କାହିଁକି କରୁଥିଲା ବିଦେଶ ଯାତ୍ରା? ଏସବୁ ପ୍୍ରଶ୍ନ ତାକୁ ସନେ୍ଦହ ଘେରକୁ ଟାଣି ନେଉଛି । ପୋଲିସ ସୂଚନା ଅନୁଯାୟା ଲଳିତ ଝା କେବଳ ଏକ ପିଆଦା ଥିଲା । ଅସଲ ମାଷ୍ଟରମାଣ୍ଡର ଚେହେରା ହେଉଛି ମନୋରଞ୍ଜନ ଡି’ ର । ଏହି ଷଡଯନ୍ତ୍ର ପଛରେ କେନ୍ଦ୍ର ସରକାରଙ୍କୁ ବାର୍ତା ଦିଆଯାଇ କିଛି ବଡ କରିବାକୁ ଲକ୍ଷ ରହିଥିଲା ।
ଆଉ ଏ ସବୁ ଲୋକଙ୍କ ଭାବନା ସହ ଯୋଡିବାକୁ ମଧ୍ୟ ପ୍ରୟାସ କରିଥିଲା । ଲଳିତ ଝା ଓ ଉମେଶ କୁମ୍ୟୱତକୁ ସଂସଦ ବାହାରେ ଉପସ୍ଥିତ ରହି ଭିଡିଓ ସୁଟ କରିବାକୁ କୁହାଯାଉଥିଲା । ଏବଂ ଧରାପଡିବାର ବାସ୍ନା ମିଳିଲେ ସବୁ ପ୍ରମାଣ ନଷ୍ଟ କରିଦେବାର ପ୍ରଶିକ୍ଷଣ ଦିଆଯାଇଥିଲା । ଯେପରିକି ମୋବାଇଲ ଓ ସିମ କାର୍ଡକୁ ନଷ୍ଟ କରିବା ସହ ନିଆଁରେ ଜଳାଇଦେବାର ଯୋଜନା କରାଯାଇଥିଲା । ଏସବୁ କାର୍ଯ୍ୟକଳାପ ପଛରେ ଥିଲା ମନୋରଞ୍ଜନର ଦିମାଗ । କାଣ୍ଡ ପରେ ଲଳିତ ଓ ଉମେଶ ନାଗୋର ଚାଲିଯାଇଥିଲେ । ହେଲେ ପୋଲିସ ନଷ୍ଟ ହୋଇଥିବା ସିମ କାର୍ଡର ଡୁପ୍ଲିକେଟ ସିମ ବାହାର କରି କାହା କାହା ସହ ବାର୍ତାଳାପ ହୋଇଥିଲା , ସେସବୁପ କଲ ଡିଟେଲ୍ସକୁ ନେଇ ଯାଂଚ ପରିସରକୁ ବ୍ୟାପକ କରିଛି । ମାତ୍ର ଏହାକ କୌଣସି ଖୁଲାସା କରିନାହିଁ ।
ମନୋରଞ୍ଜନକୁ ପଚରାଉଚରା ଏବଂ ପୋଲିସ ତା’ ଘରକୁ ଯାଇ ଯାଂଚ କରିଥିବାର ରିପୋର୍ଟ ଅନୁଯାୟୀ ତା’ ସହ ଥିଲା ଲକ୍ଷୌର ଅଟୋ ରିକ୍ସା ଚାଳକ ସାଗର ମିଶ୍ରା ସେ କୁଆଡେ ୭ ହଳ ସମାନ ମାପର ଜୋତା କିଣିବା ପରେ ଘର ପାଖ ମୋଚି ପାଖରେ ଜୋତା ତଳେ ଖୋପ ବା କ୍ୟାଭିଟି କରିଥିଲା । ପୁଣି ଅନ୍ୟ ସୋଲ ଆଣି ନିଜ ଘରେ ଏହାକୁ ଫିଟ କରିଥିଲା । ଘରେ ଏଥେ ସବୁ କାମ ହେଲା ପରେ ଘରର ସଦସ୍ୟଙ୍କୁ ଏ ସବୁ ତ ଅଛପା ନ ଥିବା ? ସାଗରକୁ ଲକ୍ଷୌ ନିଆଯାଇ ତା’ ମାଙ୍କୁ ମଧ୍ୟ ପଚରା ଉଚରା କରାଯିବ । ତା’ର ମା କହିଛି , ମୋପିଲା ଗରିବ , ଦୁଇ ହଜାର ଟଙ୍କା ରୋଜଗାର କରୁିଥିଲା । ଚାକିରି ପାଇଁ ବେଙ୍ଗାଲୁରୁ ଯାଉଥିଲା ଆଉ ଆସୁଥିଲା । ବାସ୍ତବରେ ସେ ଚାକିରି ପାଇଁ ନୁହେଁ ଏହି ଷଡଯନ୍ତ୍ରର ପ୍ଲାନିଂ ମନୋରଞ୍ଜନ ସହ କରିବାକୁ ବେଙ୍ଗାଲୁରୁ ଯାଉଥିଲା । ସେମାନଙ୍କ ସହ ଭରାଏର ଜଣେ ଯୁବକ ଏବଂ ମନୋରଞ୍ଜନର କଲେଜ ରୁମମେଂଟ ଥିବା ଜଣେ ବରିଷ୍ଟ ପୋଲିସ ଅଧିକାରୀଙ୍କ ପୁଅ ମଧ୍ୟ ଥିଲେ । ଏ ଦୁହିଁଙ୍କୁ ଗିରଫ କରାଯିବା ପରେ ପଚରାଉଚରା ଚାଲିଛି ।
ପୋଲିସ ସୁତ୍ରରୁ ଜଣାପଡିଛି ଯେ ପାଖାପାଖି ଦୁଇ ବର୍ଷ ହେଲା ମହୀଶୂରରେ ହେଉଥିଲା ପ୍ଲାନିଂ , ଏହି ଘଟଣାକୁ ରୂପ ଦେବା ପାଇଁ । ୩ ରୁ ୪ ଥର ସେଠି ମିଂଟି ମଧ୍ୟ ହୋଇଛି । ବଡ ବଡ ରାଜନେତାଙ୍କ ସମ୍ପର୍କରେ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନେ ସେମାନଙ୍କୁ ମିଛ ଆଶ୍ୱାସନା ଦେଇଥିଲେ । ଆଉ କହିଥିଲେ , ଧରାପଡିଲେ ୨ ରୁ ୩ ମାସ ମଧ୍ୟରେ ଜେଲରୁ ବାହାର କରିଦେବୁ । ଖାସ ସେଥିପାଇଁ ଗିରଫବେଳେ ଅଭିଯୁକ୍ତମାନେ କ୍ରାନ୍ତି କ୍ରାନ୍ତି ଦୋହରାଉଥିଲେ । କିନ୍ତୁ ଆତଙ୍କବାଦୀ ଆଇନ ‘ୟୁଏପିଏ’ ରେ ବୁକ ହେବା ପରେ ଏବେ ୨-୩ ବର୍ଷ ଜେଲରେ ବନ୍ଦ ହେବେ । ଆଉ ଏହାର ଶୁଣାଣି ବି ହୋଇପାରିବନି । ଏଣୁ ପଶିଛି ଛନକା । ଧିରେ ଧିରେ ଖୋଲୁଛନ୍ତି ମୁହଁ । ସେମାନଙ୍କ ପଛରେ କେଉଁ ବଡ ନେତା , ପ୍ରଫେସର , ନକ୍ସଲ ବା ବିଦେଶୀ ଷଡଯନ୍ତ୍ରକାରୀ ରହିଛନ୍ତି , ସଭିଙ୍କ ମୁଖା ଖୋଲିବ । ଆହୁରି ବଡ ବଡ ଖୁଲାସା ଖୁବଶୀଘ୍ର ହୋଇପାରେ । ପୋଲିସର ଯାଂଚ ପରତାଳ ଏବେ ଏହି ରାଷ୍ଟ୍ର ବିରୋଧୀ ଘଟଣାର ପର୍ଦ୍ଦାଫାସ କରିବ ବୋଲି ଆଶା କରାଯାଉଛି ।