ଡେରାବିଶ ମହୋସ୍ଚବ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡେରାବିଶ ମହୋସ୍ଚବ ଉଦଘାଟିତ |  କେନ୍ଦ୍ରାପଡ଼ା ଜିଲ୍ଲା ର ବହୁ ଚର୍ଚିତ ଓ ପ୍ରସିଦ୍ଧ ଲୋକ ମହୋତ୍ସବ ” ଦ୍ୱାଦଶ ଡେରାବିଶ ମହୋତ୍ସବ 2023″ ଡେରାବିଶ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି | ଉଦଘାଟନ ସନ୍ଧ୍ୟା ରେ କେନ୍ଦ୍ରାପଡ଼ା ଜିଲ୍ଲପାଳ ଅମ୍ରିତ ଋତୁରାଜ ଅlନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ |

ବରି-ଡେରାବିଶ ନିର୍ବାଚନ ମଣ୍ଡଳୀ ଠାରୁ ଡେରାବିଶ ବ୍ଲକ ଅଲଗା ହୋଇ ପାଟକୁରା ନିର୍ବାଚନ ମଣ୍ଡଳୀ ରେ ମିଶିବା ପରେ ଡେରାବିଶ ର ଐତିହ୍ୟ, ପରମ୍ପରା, କଳା ସଂକୃତି କୁ ବଜାଇ ରଖିବା ପାଇଂ ଏହି ସ୍ୱତନ୍ତ୍ର ମହୋତ୍ସବ ବାର ବର୍ଷ ହେବ ଆୟୋଜିତ ହୋଇ ଆସୁଛି |ମହୋତ୍ସବ ଉଦଘାଟନ ସମୟରେ ଅଞ୍ଚଳ ର ଜାତି ଧର୍ମ ନିର୍ବିଶେଷରେ ଶ୍ଳୋକ ଓ କୋରାନ ଉଭୟ ପାଠ କରାଯାଇଥିଲା |

ଉଦଘାଟନ ସନ୍ଧ୍ୟା ରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଏଡିଏମ ପିତାମ୍ବର ସାମଲ ଯୋଗ ଦେଇଥିଲେ |କାର୍ଯ୍ୟକ୍ରମ ଆରମ୍ଭ ରେ ମଶାଲ ଯାତ୍ରା କରାଯାଇଥିଲା ଓ କାର୍ଯ୍ୟକ୍ରମ ଶେଷରେ ଡେରାବିଶ ଐତିହ୍ୟ ସମ୍ବଳିତ ଏକ ପୁସ୍ତକ “ଦିଗଦର୍ଶନି” ଉନ୍ମୋଚନ ହୋଇଥିଲା | ଏହି ମହୋତ୍ସବ ନ ଦିନ ବ୍ୟାପି ଜାରି ରହିବ |

Leave A Reply

Your email address will not be published.