ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ସୋମବାର ସନ୍ଧ୍ୟାରେ ଲକ୍ଷ୍ମୀସାଗରର ୪୩ ନମ୍ବର ୱାର୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଦ୍ଧେଶ୍ବରୀ କଲୋନି ନିକଟରେ ଭୁବନେଶ୍ବର ସାଂସଦ ବିରୋଧର ସମ୍ମୁଖୀନ ହୋଇଛନ୍ତି । ସାଂସଦ ଅପରାଜିତାଙ୍କ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ । ଏକାଧିକ ମହିଳା ତାଙ୍କ ଗାଡ଼ି ଆଗକୁ ଚାଲି ଆସି ରାସ୍ତାରୋକ କରିଥିଲେ । ଏଥିପାଇଁ ପ୍ରାୟ ଦୁଇ ଘଣ୍ଟା ଧରି ଅପରାଜିତାଙ୍କୁ କାରରେ ଅଟକି ରହିବାକୁ ପଡିଥିଲା । ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଏହି ଘଟଣାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିଛନ୍ତି ଭୁବନେଶ୍ୱର ସାଂସଦ ।
ଠିରେ ଅପରାଜିତା ଲେଖିଛନ୍ତି- ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ କିଛି ଅସାମାଜିକ ଲୋକଙ୍କ ଦ୍ୱାରା ୨ ଘଣ୍ଟା ଅଟକ ରଖାଯାଇଥିଲା। ମୁଁ ମୋ ନିର୍ବାଚନ ମଣ୍ଡଳୀରେ ସବୁବେଳେ ଜନକଲ୍ୟାଣ କାର୍ଯ୍ୟରେ ଲାଗିଛି। ଏଥିପାଇଁ ଏକ ସଭାକୁ ଯାଉଥିବା ବେଳେ ମୋ କାର୍ ଅଟକାଇଥିଲେ। ପୁଲିସକୁ ଅପେକ୍ଷା କରି କାରରେ ୨ ଘଣ୍ଟା ବସି ରହିଥିଲି। ମୋର ସେ ମୂଲ୍ୟବାନ ସମୟ ନଷ୍ଟ ହେଲା। ଏହା ରାଜ୍ୟ ସରକାରଙ୍କ ବିଦ୍ୱେଷ ମନୋଭାବକୁ ଦର୍ଶାଉଛି।
ସେ ଆହୁରି ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର? ମୁଖ୍ୟମନ୍ତ୍ରୀଙ୍କ କାର୍କେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଏଥିସହ ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି ବୋଲି ବି ଲେଖିଛନ୍ତି ଭୁବନେଶ୍ୱର ସାଂସଦ। ‘ମୁଖ୍ୟମନ୍ତ୍ରୀଙ୍କ କାର୍ କେଡକୁ ୫ ମିନିଟ୍ ପାଇଁ ଅଟକାଇ ହେବ କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏଥିସହ ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି ବୋଲି ବି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ।
ଗତକାଲି କଟକ ରୋଡ ଅଞ୍ଚଳର ବୁଦ୍ଧେଶ୍ୱରୀ କଲୋନୀକୁ ଗସ୍ତ ବେଳେ ବିରୋଧର ସମ୍ମୁଖୀନ ହୋଇଥିଲେ ଅପରାଜିତା । ସାଂସଦଙ୍କ ଗାଡ଼ି ଅଟକାଇବା ସହ କିଛି ମହିଳା ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ବିଜେଡି କର୍ମୀ ଏହି ବିରୋଧ କରିଥିବା ଅଭିଯୋଗ ହୋଇଛି ।