ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାକିସ୍ତାନର ନିର୍ବାଚନ ଇତିହାସରେ ଯାହା କେବେ ଘଟି ନଥିଲା, ସେକଥା ଏବେ ଘଟିବାକୁ ଯାଉଛି। ପାକିସ୍ତାନର ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ମହିଳା ଭାଗ ନେଇଛନ୍ତି। ଖାୟବର ପାଖତୁନଖ୍ୱା ବୁନେର ଜିଲ୍ଲାର ଜଣେ ହିନ୍ଦୁ ମହିଳା ନିର୍ବାଚନ ଲଢ଼ିବାକୁ ନାମାଙ୍କନ ଦାଖଲ କରିଛନ୍ତି।

ପାକିସ୍ତାନୀ ଖବରକାଗଜ ଡନ୍ ରିପୋର୍ଟ ଅନୁଯାୟୀ, ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ହେବାକୁ ଥିବା ପାକିସ୍ତାନ ନିର୍ବାଚନରେ ସବେରା ପ୍ରକାଶ ନାମକ ଜଣେ ହିନ୍ଦୁ ମହିଳା ସାଧାରଣ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି। ତେବେ ହିନ୍ଦୁ ସଂପ୍ରଦାୟର ମହିଳା ପରକାଶ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ବାପା ଓମ ପରକାଶ ୩୫ ବର୍ଷ ହେଲା ଉକ୍ତ ଦଳରେ ଜଣେ ସକ୍ରିୟ ସଦସ୍ୟ ଭାବେ କାମ କରୁଛନ୍ତି। ନିକଟରେ ଓମ ପରକାଶ ଡାକ୍ତରୀ ଚାକିରିରୁ ଅବସର ନେଇଥିବା ବେଳେ ଏବେ ତାଙ୍କ ଝିଅ ପାକିସ୍ତାନ ସାଧାରଣ ନିର୍ବାଚନରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ସାଭିରା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଟିକେଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ସାଭିରାଙ୍କ ପିତାଙ୍କ ନାମ ଓମପ୍ରକାଶ, ଯିଏ ଜଣେ ଅବସରପ୍ରାପ୍ତ ଡାକ୍ତର। ସେ ଏହା ପୂର୍ବରୁ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସଦସ୍ୟ ମଧ୍ୟ ରହିଛନ୍ତି।

ସାଭିରା ୨୦୨୨ରେ ଆବଟ୍ଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ପରିବେଶକୁ ପରିଷ୍କାର ରଖିବା ପାଇଁ କାର୍ଯ୍ୟ ମଧ୍ୟ କରୁଛନ୍ତି। ମହିଳାଙ୍କୁ ଅବହେଳା ଏବଂ ଅତ୍ୟାଚାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏବଂ ନିର୍ବାଚିତ ହେଲେ ସେ ଏହି ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave A Reply

Your email address will not be published.