ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ | ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ | ଏହି ଉପଲକ୍ଷେ ଦଳୀୟ କର୍ମୀ ଲୋକେ ଏକ ବିଶାଳ ସଭା ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଦୁର୍ଗାମଣ୍ଡପ ଛକରେ ଆୟୋଜିତ ହୋଇଥିଲା | ଏହି ବୈଠକରେ ନେତୃମଣ୍ଡଳୀୟ କର୍ମୀ କହିଥିଲେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପୁତ୍ର ନବୀନ ବାବୁ ଓଡିଶା ରେ ଜନକଲ୍ୟାଣକାରୀ ଯୋଜନା କରୁଅଛନ୍ତି | ଆଗକୁ ମଧ୍ୟ ସେ ଏପରି ଲୋକମାନଙ୍କର ସମ୍ମାନ ରକ୍ଷା କରିବେ ବୋଲି ଦଳୀୟ କର୍ମୀ ଲୋକେ ଜୋର ଦେଇ କହିଥିଲେ |
ଏହି ଅବସରରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | ଏଥିରେ ବାମନଘାଟୀ ଉପଖଣ୍ଡର ବିଭିନ୍ନ ବ୍ଲକରୁ ଲୋକେ ଆସିଥିଲେ | ଯାହାଫଳରେ ପାଖାପାଖି ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ଏହି ଭବ୍ୟ କାର୍ଯ୍ୟକ୍ରମରେ ଶତାଧିକ ବିଜୁ ଜନତା ଦଳ କର୍ମୀ ଯୋଗ ଦେଇ ସହଯୋଗ କରିଥିଲେ | ସେମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ବରିଷ୍ଟ ନେତା ଦୁର୍ଗାଚରଣ ହେମ୍ବ୍ରମ, ଜିଲ୍ଲା ପରିଷଦ ପରେଶ ଚନ୍ଦ୍ର ମୁଣ୍ଡା, ବିଜେଡି ଉପସଭାପତି ସୁବାସ ମଣ୍ଡଳ, ସ୍ବରୂପ ବେହେରା, ପାର୍ଥସାରଥୀ କବି, ସଚିନ୍ଦ୍ର ଦାସ, ମହିଳାମୋର୍ଚ୍ଚା ଜିଲ୍ଲା ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ମ୍ୟୁନିସିପାଲିଟି ଉପାଧ୍ୟକ୍ଷା ମମିତା ଚୌଧୂରୀ, ବିଜେଡି ନେତା ରାଇସେନ ମୁର୍ମୁ, ବିଜୁ ସେତୁ ଯୋଜନା ଉପଦେଷ୍ଟା ରତିକାନ୍ତ ପରୀକ୍ଷା,
ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ଜାମଦା ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ୨ନଂ ୱାର୍ଡ କାଉସିଲର ଶୁକଦେବ ବେହେରା, ୮ନଂ ୱାର୍ଡ କାଉସିଲର ଦେବସ୍ମିତା ଡଗରା, ନଗର ଯୁବ ସଭାପତି ପଞ୍ଚୁ ଲୋହାର, ଟାଉନ ମହିଳା ସଭାପତି ପୁଷ୍ପିତା ମହାନ୍ତ ଓ ହୋ ସମାଜର ଜିଲ୍ଲା ସଭାପତି ମଟକା ବିରୂଆ ପ୍ରମୁଖ ସହିତ ଅନ୍ୟାନ୍ୟ ୱାର୍ଡ କାଉସିଲର ଓ ଜିଲ୍ଲା ପରିଷଦ ଉପସ୍ଥିତ ଥିବା ବେଳେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ବ୍ଲଡ ବ୍ୟାଙ୍କ ଅଫିସର ଡାକ୍ତର ଶିବ ଭୂୟାଁ, ଏଲ ଟି ଦେବବ୍ରତ ଗିରି, ସୁମନ୍ତ ଗିରି, ରୋହିତ କୁମାର ବାରିକ, ଡି ଏମ ଏ ସୁଜାତା ସ୍ବାଇଁ ଓ ମୋଟିଭେଟର ହେମେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ |