ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅଧୀନସ୍ଥ ନହରା ପଞ୍ଚାୟତର କଣ୍ଠାଳିଆ ଗାଁ ନିକଟରେ ବିଲ ଭିତରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ସେହି କଣ୍ଠାଳିଆ ଗ୍ରାମର କାର୍ତ୍ତିକ ପଢିଆରୀଙ୍କ ପୁଅ ଶମ୍ବୁନାଥ ପଢିଆରୀ (୪୦)। ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କଣ୍ଠାଳିଆ ଗ୍ରାମର ସମ୍ଭୁନାଥ ପଢିଆରୀ ଗତକାଲି ଠାରୁ ନିଖୋଜ ଥିବା ବେଳେ ଆଜି ସେହି ଗ୍ରାମର ଏକ କ୍ଷେତରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି |
ତେବେ ସୂଚନା ମୁତାବକ, ସମ୍ଭୁନାଥ ଗତକାଲି ଠାରୁ ନିଖୋଜ ଥିବା ବେଳେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ଯ ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ, ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କର ମୃତଦେହ କ୍ଷେତରେ ପଡି ଥିବାର ଦେଖି ସମ୍ଭୁନାଥ ଙ୍କ ପରିବାର ଲୋକଙ୍କୁ ଖବର ଦେଇ ଥିଲେ |
ଶମ୍ଭୁନାଥ ଗତକାଲି ରାତି ୭ଟା ସମୟରେ ଛକକୁ ଚା ପିଇବାକୁ ଯାଉଛି ବୋଲି କହି ଘରୁ ବାହାରି ଯାଇଥିଲେ। ତାପରେ ସେ ଘରକୁ ଫେରିନଥିଲେ। ଆଜି ପରିବାର ଲୋକେ ବିଲକୁ ଆସିଥିବା ବେଳେ ଶମ୍ଭୁଙ୍କ କ୍ଷତବିକ୍ଷତ ଶବ ବିଲରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଶମ୍ଭୁଙ୍କ ମୁହଁକୁ ଛେଚି ଦିଆଯାଇଥିବା କୁହାଯାଇଛି। ଏନେଇ ଗ୍ରାମବାସୀ କମର୍ଦ୍ଦା ପୁଲିସକୁ ଖବର ଦେଇଛନ୍ତି। ହତ୍ୟାକାଣ୍ଡର କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇନି।