ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁଜୁରାତି ଏମିତି ଏକ ମସଲା ଯାହା ସମସ୍ତଙ୍କ ରୋଷେଇ ଘରେ ମହଜୁଦ୍ ଥାଏ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ, ଏଥିରେ ଅନେକ୍ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥାଏ । ଏଥିରେ କ୍ୟାଲସିୟମ୍,ପୋଟାସିୟମ୍,ମ୍ୟାଗ୍ନେସିୟମ୍,ଆଇରନ୍,ଫସଫରସ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୁଜୁରାତିର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ।
ଗୁଜୁରାତି ସେବନ, ଅଧିକ ମାଉଥ୍ ଫ୍ରେଶନର ରୁପରେ ମନାଯାଇଥାଏ । ମୁହଁ ଦୁର୍ଗନ୍ଧ ହେଉଥିଲେ , ଗୁଜୁରାତି ମଞ୍ଜିକୁ ଚୋବାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
ହାଇ ବ୍ଲଡ ପ୍ରେସର ପାଇଁ ଗୁଜୁରାତି ସେବନ ବହୁତ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପୋଟାସିୟମ୍,ମ୍ୟାଗ୍ନେସିୟମ୍ ଭଳି ରହିଥିବା ତତ୍ୱ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।ପାଚନ,ଗ୍ୟାସ୍,ଏସିଡିଟି ଭଳି ସମସ୍ୟା ଥିଲେ , ଗୁଜୁରାତି ଏଥିପାଇଁ ବହୁତ୍ ଉପକାରୀ ହୋଇଥାଏ । ଏହା ପାଚନ ତନ୍ତ୍ରକୁ ଭଲ ରଖିବାରେ ସାହାଯ୍ୟ କରିଥାଏ ।
ବାନ୍ତି ସମସ୍ୟା ପାଇଁ ଗୁଜୁରାତି ସେବନ ବେଶ ଲାଭଦାୟକ ହୋଇଥାଏ । କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଅନେକ୍ ଲୋକଙ୍କର ବାନ୍ତି ସମସ୍ୟା ରହିଥାଏ । ଏପରି ସମୟରେ ଯାତ୍ରା କରିବା ପୂର୍ବରୁ ଗୁଜୁରାତି ଖାଇବା ଦ୍ୱାରା ଏହି ସମସ୍ୟା କମ୍ ହୋଇଥାଏ । ଯଦି ଆପଣ ନିୟମିତ ଗ୍ୟାସ ଏସିଡିଟି ସମସ୍ୟା ରେ ପ୍ରଭାବିତ ହେଉଛନ୍ତି ତେବେ ପ୍ରତିଦିନ ଖାଇ ସାରିବା ପରେ ଗୋଟିଏ ଗୁଜୁରାତି କୁ ଚୋବାଇ ଖାଆନ୍ତୁ ଓ ସାମାନ୍ୟ ଉଷୁମ ପାଣି ପିଅନ୍ତୁ l