ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହଦଗଡ଼ ସ୍ଥିତ ପି.ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଆଲୁମିନ ଛାତ୍ରଛାତ୍ରୀଙ୍କ ସିଲିଭର ଜୁବୁଲି | ହଦଗଡ଼ ସ୍ଥିତ ପି.ଏମ. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଆଲୁମିନ ଛାତ୍ରଛାତ୍ରୀଙ୍କ ସିଲିଭର ଜୁବୁଲି ଉତ୍ସବ ‘ସମ୍ପର୍କ’ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟ ର ଅଧ୍ୟକ୍ଷ ପି ମଣିକଣ୍ଡନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲୋକସଭାର ଇପ ସଚିବ ତଥା ଜାତୀୟ ଫେସନ ଟେକ୍ନୋଲୋଜିର ଉପ ନିର୍ଦେଶକ ଅଜିତ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାଶ, ପୂର୍ବତନ ଅଧ୍ୟାପକ ସୁବାସ ଚନ୍ଦ୍ର ପଣ୍ଡା, ବରିଷ୍ଠ ପ୍ରାଧ୍ୟାପକ ଡ଼.ରାଜେନ୍ଦ୍ର ଧଳ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ ପ୍ରମୁଖ ଯୋଗଦେଇ ସଂସ୍କାର ହିଁ ମଣିଷକୁ ପ୍ରତିଷ୍ଠିତ କରାଇଥାଏ, ସଂସ୍କାର ନ ଥିଲେ ଶିକ୍ଷାର କିଛି ମାନେ ନଥାଏ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଡାକ୍ତରୀ ପଢିବା ପାଇଁ ଚୟନ ହୋଇଥିବା ୭ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ବିଦ୍ୟାଧର ବେହେରା ମଞ୍ଚ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ହଡଗଡ଼ ପ୍ରଧାନମନ୍ତ୍ରୀ ଜବହାର ନବୋଦୟ ବିଦ୍ୟାଳୟ ୧୯୯୧ ରୁ ୯୮ ବ୍ୟାଚ ଛାତ୍ରଛାତ୍ରୀଙ୍କ ସିଲିଭର ଜୁବୁଲିରେ ଅତିଥି ମାନେ ମତ ପ୍ରକାଶ କରିଛନ୍ତି। ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ବିଦ୍ୟାଳୟ ପ୍ରତି ଥିବା ସମ୍ପର୍କ ଓ ଭଲ ପାଇବା ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ସେତେବେଳର ସ୍କୁଲ ପଢ଼ିବାର ଅନୁଭୂତି ଓ ପଢା ସମାପ୍ତ ପରେ କିପରି ସେମାନେ ସଫଳତା ଅର୍ଜନ କରିଛନ୍ତି ସେ ସମ୍ପର୍କରେ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇଥିଲେ।
ଏହି ଅବସରରେ ଡାକ୍ତରୀ ପଢିବା ପାଇଁ ଚୟନ ହୋଇଥିବା ୭ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରାତନ ଛାତ୍ର ସତ୍ୟ ସୁତାରଙ୍କ ପକ୍ଷରୁ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ବିଦ୍ୟାଧର ବେହେରା ମଞ୍ଚ ସଂଯୋଜନା କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମେତ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।