ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।
ଶାନ୍ତି ଶୃଙ୍ଖଳା ସହ ନିୟୁ ଇୟର ସେଲିବ୍ରେସନ କରନ୍ତୁ । ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ବୋଲି ସେ କହିଛନ୍ତି । ନୂଆ ବର୍ଷରେ ପେଟ୍ରୋଲିଂ କୁ ଜୋରଦାର କରାଯିବ । ଏହାସହ ବେପରୁଆ ଡ୍ରାଇଭିଂ ଓ ରୋଡ ରୋମିଓଙ୍କ ଉପରେ କଡ଼ା ନଜର ରହିବ I
ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏହା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଜିରୋ ନାଇଟ୍ ପାଇଁ ହୋଟେଲ, କ୍ଲବ୍ ଓ ବାରରେ ସମୟ ସୀମା ଦିନ ୧୨ରୁ ରାତି ୧୨ଟା ରହିଛି । ତେବେ ବିଶେଷ ଅନୁମତି ନେଇ ରାତି ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ପାଇଁ ଅନୁମତି ମିିଳିପାରିବ । ଶାନ୍ତି ଶୃଙ୍ଖଳା ସହ ନିୟୁ ଇୟର ସେଲିବ୍ରେସନ କରନ୍ତୁ । ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ବୋଲି ସେ କହିଛନ୍ତି ।