ବାସୁଦେବପୁର ପ୍ରତିଷ୍ଠା ଦିବସ ସମାରୋହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରତିଷ୍ଠା ଦିବସ ସମାରୋହ | ବାସୁଦେବପୁର ଟାଉନହଲ ପରିସରରେ ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଉତ୍ସବ ବିଧାୟକ ବିଷ୍ନୁବ୍ରତ ରାଉତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳ,ପୈାରାଧ୍ୟକ୍ଷା ନିବେଦିତା ବେହେରା,ଉପାଧ୍ୟକ୍ଷା ଉତ୍ତମ ବାରିକ,ଯୁବ ବିଜେଡି ସଭାପତି କାଳନ୍ଦୀ ସାହୁ,ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ,ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ରାଜ୍ୟ ମହିଳା ବିଜେଡି ସଂପାଦିକା ରଶ୍ମିତା ନାୟକ , ପୌରାଞ୍ଚଳ ସଭାନେତ୍ରୀ ଜୟନ୍ତି ବରିକପ୍ରମୁଖ ମଞ୍ଚାସୀନ ରହି ପ୍ରତିଷ୍ଠା ଦିବସ ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରଫୁଲ୍ଲ ପଳିତା,ପ୍ରଫୁଲ୍ଲ ବିଶ୍ୱାଳ, ରାଜେନ୍ଦ୍ର ଦାସ,ଅନିେୁଦ୍ଧ ମଳିକ,ଯଦୁନାଥ ନାୟକ, ସୁରେନ୍ଦ୍ର ସାହୁପ୍ରମୁଖଙ୍କ ସମେତ ଶତାଧିକ କର୍ମି ଓ ସମର୍ଥକମାନେ ଉପସ୍ଥିତ ଥିଲେ । ଦେବଦର୍ଶନ ଦାଶ ସଭା ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟଦଳ ଛାଡି ପନ୍ଦରଜଣ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ନବାଗତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.