ବାର୍ଷିକ ଉତ୍ସବରେ କୁନି ପ୍ରତିଭାଧର ସମ୍ବର୍ଦ୍ଧିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାର୍ଷିକ ଉତ୍ସବରେ କୁନି ପ୍ରତିଭାଧର ସମ୍ବର୍ଦ୍ଧିତ | ବାସୁଦେବପୁର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାମକୃଷ୍ନ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ ଅଟଳବିହାରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବିଦ୍ୟାନିକେତନର ପ୍ରାଧାନ ଆଚାର୍ଯ୍ୟ ଧିରେନ୍ଦ୍ର କୁମାର ବାରିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଅଟଳବିହାରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଅଧ୍ୟାପକ ବିଜୟକୁମାର ଅଗସ୍ତି, ମୁଖ୍ୟବକ୍ତା ଭାବରେ ପୁର୍ବତନ ଆଞ୍ଚଳିକ ଶିକ୍ଷା ସଂଯୋଜକ ତୁଢଳମତୁଳାର ମନୋଜକୁମାର ଦିକ୍ଷୀତ ଯୋଗଦେଇଥିଲେ ।

ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯିବା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇଥିଲା । ଆଚାର୍ଯ୍ୟା ଦୁର୍ଗା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ଅଶୋକକୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ କୁନି ପ୍ରତିଭାଧରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.