ପାଳଙ୍ଗ ଶାଗରେ ରହିଛି ଅନେକ ଭିଟାମିନ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ। ଅନ୍ୟ ଶାଗ ଭଳି ପାଳଙ୍ଗ ଶାଗକୁ ମଧ୍ୟ ଆପଣ ନିଜ ପସନ୍ଦ ହିସାବରେ ବନେଇ ପାରିବେ।

ଏହି ଶାଗକୁ ଭାଜିକି ଖାଇବା ସହ ଏହାର ପାଳଙ୍ଗ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ପାଳଙ୍ଗ ଶାଗ ରେ ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ରହିଛି।
ତେବେ ଆସନ୍ତୁ ଜାଣିବା ପାଳଙ୍ଗ ଶାଗ ଖାଇଲେ କ’ଣ ସବୁ ଫାଇଦା ମିଳିଥାଏ। ମୁହଁରେ ହେଉଥିବା ବ୍ରଣ ଓ ତ୍ୱଚା ସମ୍ୱନ୍ଧୀୟ ଅନ୍ୟାନ୍ୟ ରୋଗକୁ ଭଲ କରିବା ପାଇଁ ପାଳଙ୍ଗ ସାହାଯ୍ୟ କରିଥାଏ।

ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଆଇରନ୍‌ ଜଳାପୋଡ଼ା ଓ ଯନ୍ତ୍ରଣାରୁ ଆରମ ଦେଇଥାଏ।

ଏଥିରେ ଥିବା ଆଇରନ୍‌ ଓ ମ୍ୟାଗ୍ନେସିୟମ୍‌ ଚିନ୍ତା ଓ ଦୁଃଖ ଦୂର କରିଥାଏ।

ପାଳଙ୍ଗ ଶାଗ ଖାଇଲେ ବୁଦ୍ଧି ତୀକ୍ଷ୍ଣ ହେବା ସହିତ ସ୍ମରଣ ଶକ୍ତି ଭଲ ରହିଥାଏ।

ପାଳଙ୍ଗ ଖାଇବା ଦ୍ୱାରା ଆମକୁ‌ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।

Leave A Reply

Your email address will not be published.