ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୪ ତମ ପ୍ରତିଷ୍ଠା ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୪ ତମ ପ୍ରତିଷ୍ଠା ଦିବସ ।ଏହି ଅବସରରେ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ଉଦ୍ଭିଦ ଉଦ୍ୟାନ । ଉଦ୍ଭିଦ ଉଦ୍ୟାନରେ ଉଦଘାଟିତ ହେବ ବାଉଁଶ ଉଦ୍ୟାନ । ଯାହା ୪.୪ ଏକର ଜାଗାରେ ନିର୍ମିତ କରାଯାଇଛି । ଏଠାରେ ପ୍ରାୟ ୭୦ ପ୍ରକାରର ବାଉଁଶ ଗଛ ପର୍ଯ୍ୟଟକ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହାସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହି ବାଉଁଶ ଗଛ ଉପରେ ଜ୍ଞାନ ଆହରଣ କରିପାରିବେ । ୧୯୬୦ ମସିହାରେ କିଛି ଜୀବଜନ୍ତୁଙ୍କୁ ନେଇ ଜନ୍ମନେଇଥିବା ନନ୍ଦନକାନନରେ ଏବେ ଅଛନ୍ତି ୨୨୦ ଖୁଆଡ଼ରେ ୧୬୩ ପ୍ରଜାତିର ୪୧୭୫ ଜୀବଜନ୍ତୁ । ୧୯୬୩ ମସିହାରେ ଉଦ୍ଭିଦ ଉଦ୍ୟାନ ଖୋଲାଯାଇଥିଲା । ୧୯୬୪ମସିହାରେ କଲିକତାର ଆଲିପୁର ଚିଡ଼ିଆଖାନାରୁ ଗୋଟିଏ ବାଘ, ଦୁଇଟି ଆଫ୍ରିକୀୟ ସିଂହ, ଦୁଇଟି ମଗର ଓ ଗୋଟିଏ ପୁମା ଅଣାଯାଇଥିଲା । ୧୯୮୧ ମସିହାରେ ଏହି ଚିଡ଼ିଆଖାନାକୁ “ନନ୍ଦନକାନନ ଜୀବ ଉଦ୍ୟାନ’ ଭାବରେ ନାମିତ କରାଗଲା । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଏହି ଅବସରରେ ନନ୍ଦନକାନନର ବାର୍ଷିକ ରିପୋର୍ଟ ପ୍ରକାଶ କରିବା ସହ ନନ୍ଦନକାନନର ଥିମ୍ ସଙ୍ଗ ରିଲିଜ ହେବ। ସେହିପରି ୱାଲାବି ଏନକ୍ଲୋଜରର ଉଦଘାଟନ, କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍କୁ ସ୍ୱତନ୍ତ୍ର ଖୁଆଡରେ ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ନନ୍ଦନକାନନ୍ ଇଣ୍ଟିଗ୍ରେଟେଡ୍ ମନିଟରିଂ ସିଷ୍ଟମ୍ ଆପ୍, ଷ୍ଟେଟ୍ ବଟାନିକାଲ୍ ଗାର୍ଡେନର ୱେବସାଇଟ୍ ଉନ୍ମୋଚନ ଏବଂ ରାଜ୍ୟ ବଟାନିକାଲ୍ ଗାର୍ଡେନରେ ବାମ୍ବୁସେଟମ୍ ର ଉଦଘାଟନ କରିବେ ମନ୍ତ୍ରୀ।

Leave A Reply

Your email address will not be published.