ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ଯକ୍ରମ ମାଧ୍ଯମରେ ବ୍ଲକ ସ୍ତରୀୟ କ୍ରୀଡା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯୁବ ଓଡିଶା,ନବୀନ ଓଡିଶା କାର୍ଯ୍ଯକ୍ରମ ପରିପ୍ରେକ୍ଷିରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ପ୍ରଶାସନ ପକ୍ଷରୁ ରାମଚନ୍ଦ୍ରପୁର ରାମେଶ୍ବର ମିନିଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବର ଶୁଭାରମ୍ଭ କରାଯାଇଛି।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘସିପୁରା ବିଡିଓ ମାନସ ରଂଜନ ସାମଲ ,ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ସୁଜାତା ସାହୁ ,ସ୍ଥାନିୟ ସରପଞ୍ଚ ପ୍ରଦିପକୁମାର ସାହୁ ପ୍ରମୂଖ ଯୋଗଦେଇ ଖେଳାଳୀଙ୍କ ସହ ହାତ ମିଳାଇ ଆନୁଷ୍ଠାନିକ ଭାବେ କ୍ରୀଡାକୁ ଶୁଭାରମ୍ଭ କରିଥିଲେ। ରାମେଶ୍ବର ଷ୍ଟାଡିୟମରେ କ୍ରିକେଟ ଖେଳ ଚାଲିଥିବା ବେଳେ ବ୍ଲକର ୧୦ ଟି ଖେଳ ପଡିଆରେ ହକି,ଖୋଖୋ,ଭଲି ,କବାଡି ପ୍ରଭୁତି ଖେଳ ଏକା ସମୟରେ ଆରମ୍ଭ ହୋଇଥିବା ଜଣାପଡିଛି।

ଏହି କ୍ରୀଡା ଦ୍ବାରା ଗ୍ରାମାଞ୍ଚଳରେ ରହୁଥିବା ଯୁବକ ଯୁବତୀ ମାନଙ୍କ ପ୍ରତିଭା ବିକଶିତ ହୋଇ ପାରିବ ବୋଲି ଅତିଥି ମାନେ ନିଜ ବକ୍ତବ୍ଯରେ କହିଥିଲେ। ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିଥିବା ବଛାବଛା ଖେଳାଳୀଙ୍କୁ ନେଇ ବ୍ଲକ ସ୍ତରରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଜିଲ୍ଲାସ୍ତରକୁ ମନୋନୀତ କରାଯିବ ବୋଲି ବିଡିଓ ସୂଚନା ପ୍ରଦାନ କରିଥିଲେ।

Leave A Reply

Your email address will not be published.